ଅଯୋଧ୍ୟ ମାମଲା ଉପରେ ଆଜିଠୁ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠରେ ଶୁଣାଣି ଆରମ୍ଭ ହେବ

(ରିପୋର୍ଟସ ଟୁଡ଼େ): ଅଯୋଧ୍ୟା ମାମଲା ଉପରେ ଆଜିଠୁ  ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠରେ ଶୁଣାଣି ଆରମ୍ଭ ହେବ । ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠରେ ଅନ୍ୟ ଦୁଇ ବିଚାରପତି ଜ୍ମୃିସ ସଞ୍ଚୟ କିଶନ କୌଲ ଏବଂ ଜଷ୍ଟିସ୍ କେ.ଏମ୍ ଜୋଶେଫ ରହିଛନ୍ତି । ୨୦୧୦ରେ ଆଲହାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ୧୩ଟି ଆବେଦନ ସୁପ୍ରିମକୋର୍ଟରେ ହୋଇଛି। ହାଇକୋର୍ଟ ସେତେବେଳେ ଅଯୋଧ୍ୟାର ବିବାଦୀୟ ୨ ଦଶମିକ ୭୭ ଏକର ଜମି ତିନିଟି ପକ୍ଷ ମଧ୍ୟରେ ବାଣ୍ଟିଥିଲେ। ଯେଉଁଥିରେ ସୁନ୍ନି ୱାକଫ୍ ବୋର୍ଡ, ନିର୍ମାହି ଆଖଡ଼ା ଏବଂ ରାମଲାଲଙ୍କ ମଧ୍ୟରେ ଏହି ଜମି ବିବାଦ ସୀମିତ ବୋଲି ଦର୍ଶାଇଥିଲେ। ଯାହାକୁ ଚ୍ୟାଲେଞ୍ଜ କରି ସୁନ୍ନି ୱାକଫ୍ ବୋର୍ଡ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ପରେ ପରେ ଏଥିରେ ଅନ୍ୟ ଆବେଦନକାରୀ ଯୋଡ଼ି ହୋଇଥିଲେ । ସେପ୍ଟେମ୍ବର ୨୭ରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରି ମାମଲାକୁ ୫ ଜଣିଆ ଖଣ୍ଡପୀଠକୁ ପଠାଇବା ଲାଗି ସିଧା ମନା କରିଦେଇଥିଲେ । ଅକ୍ଟୋବର ୨୯ ତାରିଖରୁ ସ୍ବତନ୍ତ୍ର ଖଣ୍ଡପୀଠରେ ଏହାର ଶୁଣାଣି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ୧୯୯୪ରେ କୋର୍ଟ ରାୟ ଦେଇଥିଲେ ମସଜିଦରେ ନମାଜ ପାଠ କରିବା ମୁସଲମାନମାନଙ୍କର ଅଭିନ୍ନ ଅଂଶ ନୁହେଁ। ଏଥିରେ ମଧ୍ୟ କୌଣସି ପରିବର୍ତ୍ତନ କରିବା ଲାଗି ସୁପ୍ରିମକୋର୍ଟ ମନା କରିଦେଇଥିଲେ। ଏସବୁ ଉପରେ ଆଜିଠାରୁ ସ୍ବତନ୍ତ୍ର ଭାବେ ଶୁଣାଣି ଜାରି ରହିବ।