ଆଠ ଘଣ୍ଟା ଡ୍ୟୁଟି କରିବେ ଓଡିଶା ପୋଲିସ: ଡିଜି ଡାକ୍ତର ଆର. ପି ଶର୍ମା

(ରିପୋର୍ଟସ ଟୁଡେ) : ଦିଲ୍ଲୀ କମିସନରେଟ୍‌ ପୁଲିସର ଆଠ ଘଣ୍ଟିଆ ଡ୍ୟୁଟି ବ୍ୟବସ୍ଥା ଆପଣାଇବ ଓଡ଼ିଶା ପୁଲିସ ବିଭାଗ। ପ୍ରାଥମିକ ପର୍ଯ୍ୟାୟରେ ଦୈତନଗରୀ କମିସନରେଟ୍‌ ପୁଲିସରେ ଏ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯିବ। ପରବର୍ତ୍ତି ପର୍ୟ୍ୟାୟରେ ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ପରି ସହରରେ ଆରମ୍ଭ କରାଯିବାକୁ ପୁଲିସ ବିଭାଗ ଯୋଜନା କରୁଛି। ଅନ୍ୟପଟେ ଖାଲି ପଡ଼ିଥିବା ସିଭିଲ ପୁଲିସ ପଦବି ଗୁଡ଼ିକ ବିଭିନ୍ନ ପର୍ୟ୍ୟାୟରେ ପୁରଣ କରିବାକୁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ଦିଲ୍ଲୀ କମିସନରେଟ୍‌ ପୁଲିସରେ ପ୍ରତି ଆଠ ଘଣ୍ଟାକୁ ନେଇ ୨୪ ଘଣ୍ଟାରେ ତିନିଟି ସିଫ୍ଟରେ ପୁଲିସ ଅଫିସର ଏବ˚ କର୍ମଚାରୀମାନେ କାର୍ଯ୍ୟକରୁଛନ୍ତି। ସାଧାରଣ ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇ ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାରେ ଯୋଜନାର ସୁଫଳ ମିଳିଥିବାରୁ ଓଡ଼ିଶାରେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏଣିକି ଅଫିସରମାନେ ଆଉ ୨୪ ଘଣ୍ଟା ଡ୍ୟୁଟିରେ ରହିବେ ନାହିଁ। ପ୍ରତି ଆଠ ଘଣ୍ଟାରେ ଡ୍ୟୁଟି ବଦଳିବ। ଅତ୍ୟଧିକ ଭାରାକ୍ରାନ୍ତ ହେବା ଦ୍ବାରା ତଦନ୍ତ ପ୍ରକ୍ରିୟାରେ ସିଧାସଳଖ ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଥାନା ସ୍ତରରେ ଉଭୟ ଆଇନ ଶୃଙ୍ଖଳା ଏବ˚ ତଦନ୍ତ ପାଇଁ ପୃଥକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯିବା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ଏହି ପଦବି ଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ପୂରଣ କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦ୍ବାରା ଆଠ ଘଣ୍ଟିଆ ପୁଲିସ ବ୍ୟବସ୍ଥା ସଫଳ ହୋଇପାରିବ ବୋଲି ଡିଜି ଡାକ୍ତର ଆର୍ଆ‌.ପି ଶର୍ମା ସୂଚନା ଦେଇଛନ୍ତି