ଭାରସାମ୍ୟ ହରାଇ ପଥରଗଦାକୁ ଧକ୍କା ଦେଲା ବସ

(ରିପୋର୍ଟସଟୁଡେ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି । ରାସ୍ତାରେ ଥିବା ପଥର ଗଦାକୁ ଏକ ଯାତ୍ରୀବାହୀ ବସ ଧକ୍କା ଦେଇଛି ।

ବସଟି କେନ୍ଦୁଝରରୁ କଙ୍କଡାହାଡ ଯାଉଥିଲା । ସେହି ସମୟରେ ରାସ୍ତାରେ ଥିବା ଏକ ପଥର ଗଦାକୁ ବସଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ଯାତ୍ରୀମାନେ ଆହତ ହୋଇଥିଲେ । ଆହତଙ୍କୁ ସ୍ଥାନୀୟ ତେଲକୋଇ ହସ୍ପିଟାଲରେ ଭର୍ତି କରାଯାଇଛି ।

ଏହି ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ।