ଦଶହରାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆଗୁଆ ଯୋଜନା କଲେ କମିଶନରେଟ ପୋଲିସ, ଟ୍ୱୁଇଟ୍ ମାଧ୍ୟମରେ ଦିଆଯିବ ସୂଚନା

(ଆଦର୍ଶ ରାଉତ): ଧରା ପୃଷ୍ଟକୁ ଅବତରଣ କରିଛନ୍ତି ଯଗତ ଜନନୀ ମା’ ଦୁର୍ଗା, ଆଜି ମାଙ୍କର ସପ୍ତମୀ ପୁଜା ରାଜଧାନୀ ଭୁବନେଶ୍ୱରରେ ସବୁ ପୁଜା ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗା, ମା’ ଙ୍କ ଅପୂର୍ବ ରୁପକୁ ଦେଖିବା ଲାଗି ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଧାଇଁଆସିଛନ୍ତି । ଆଉ ଦୁଇ ଦିନ ପରେ ଦଶହରା । ରାଜଧାନୀରେ ଦଶହରାର ମଜା ନିଆର । ଦଶହରାରେ ଛୁଟି ସହିତ ମା’ଙ୍କ ଦର୍ଶନ ପାଇଁ ମଧ୍ୟ ଲାଗିଯିବ ଭିଡ ।

ତେଣୁ ଦଶହରାରେ ରାଜଧାନୀରେ ଜନାସମାଙ୍ଗମକୁ ଆଖି ଆଗରେ ରଖି ତପ୍ତର ହୋଇପଡିଛି ପୋଲିସ କମିଶନରେଟ । କିପରି ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ସେ ଲାଗି କରିଛନ୍ତି ଆଗୁଆ ଯୋଜନା । ବିଭିନ୍ନ ପୁଜା ଛକରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ଅନୁସାରେ ଟ୍ରାଫିକ କନେଷ୍ଟବଳ ନିୟୋଜିତ ସାଙ୍ଗକୁ ସାହାର୍ଯ୍ୟ ଲୋଡିଛନ୍ତି ଗଣମାଧ୍ୟମର । ସୁଚନା ଦେଇଛନ୍ତି କି, ପୋଲିସ କମିଶନରେଟ ଟ୍ୱିଟରରେ ଆଗୁଆ ସୂଚନା ଦେଇଦେବେ, କୋଉ ଛକରେ ଅଧିକ ଭିଡ ଅଛି ଆଉ ଲୋକ ମାନେ ରାସ୍ତା ବଦଳାଇ କୋଉ ବାଟେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ତାଙ୍କ ଟ୍ୱଟର ପେଜକୁ ସବୁ ଗଣମାଧ୍ୟମ ଅନୁକରଣ କରି ଖୁବୁ ଶିଘ୍ର ବୁଲେଟିନ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଚାଇଁବା ପାଇଁ ଅନୁରୋଧ କରିଛନ୍ତି । ତା ସହ ଜନଗହଳି ପୂର୍ଣ୍ଣ ଯାଗାରେ କିପରି ଅସଦାଚରଣ ନହୁଏ ତା ପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଡିସିପି ଅନୁପ କୁମାର ସାହୁ ।