ଉଗ୍ରସେନଙ୍କ ଜୟନ୍ତି ପାଳିତ

( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାରେ ମାୱାଡି ଧର୍ମଶାଳା ପରିସରରେ ଉଗ୍ରସେନ ଜୟନ୍ତି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାୱାଡି ଯୁବାମଞ୍ଚ ପକ୍ଷରୁ ମହାରାଜା ଉଗ୍ରସେନ ରଥ ସହର ପରିକ୍ରମା କରିଥିଲା । ଏଥିରେ ମାୱାଡି ସମାଜର ଶତାଧିକ ପୁରୁଷ ଓ ମହିଳା ପରିକ୍ରମାରେ ସାମିଲ ହୋଇଥିଲେ । ଏହି ଅବସରରେ ଅଗ୍ରକୂଳ ଶିରୋମଣି ଉଗ୍ରସେନଙ୍କ ପୂଜାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଗ୍ରସେନଙ୍କ ଚିନ୍ତାଧାରୀ, ସମାଜ ଓ ଦେଶପାଇଁ ଅଗ୍ର ଓଆଲା ସମାଜର ଭୁମିକା ଉପରେ ସେ ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁବାମଞ୍ଚର ଅଧ୍ୟକ୍ଷ ମନୋଜ ଅଗ୍ରୱାଲ ଓ ନନ୍ଦକିଶୋର ଅଗ୍ରୱାଲ ପରିଚାଳନା କରିଥିଲେ।