(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ଜଣେ କୋରୋନା ଅକ୍ରାନ୍ତ ଚିହ୍ନଟ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୬୧ ରେ ପହଞ୍ଚିଲା ପଜେଟିଭ ସଂଖ୍ୟା । ତେବେ ଏହି ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଆକ୍ରାନ୍ତଙ୍କ ଘର ବାଲେଶ୍ୱର ହୋଇଥିବା ବେଳେ ସେ ଜଣେ ୩୪ ବର୍ଷିୟ ପୁରୁଷ । ସେ କଲିକତାରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ଲକ୍ଷଣ ନେଖାଯାଉ ନ ଥିବା ବେଳେ ତାଙ୍କ ସ୍ୱାବ ଟେଷ୍ଟ ପରେ ପଜେଟିଭ ରିପୋର୍ଟ ଆସିଛି ।
ଏହି ଆକ୍ରାନ୍ତଙ୍କୁ ଲଗାଇ ରାଜ୍ୟରେ ୧୬୧ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୪ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।