ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ କଲେଜ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଦେଶରେ ଜୁଲାଇ ପହିଲାରୁ ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ ଏଜୁକେସନ ଇନଷ୍ଟିଚ୍ୟୁଟ ଖୋଲିବା ନେଇ ଅଲ ଇଣ୍ଡିଆ କାଉନସିଲ ଏଜୁକେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଓ ଶିକ୍ଷା ବର୍ଷକୁ ନେଇ ଏଆଇସିଟିଇ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି କରିଛି । ଏହା ସହ ଦେଶରେ ସମସ୍ତ ବ÷ଷୟିକ ବିଶ୍ୱବିଦ୍ୟ।।ଳୟର କୂଳପତି ସହ ସବୁ ରାଜ୍ୟର ବିଭାଗୀୟ ସଚିବଙ୍କୁ ଚିଠି ଲେଖାଯାଇଛି । ଏହାସହ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅଗଷ୍ଟ ୧ରୁ ଆରମ୍ଭ ହେବ । କିନ୍ତୁ ଅନ୍ୟପଟେ କରୋନା ମୁକାବିଲା ଲାଗି କିଛି ପରୀକ୍ଷା ହୋଇପାରିବ ନାହିଁ । ଶେଷ ସେମିଷ୍ଟରକୁ ବାଦ ଦେଇ ଅନ୍ୟ ପରୀକ୍ଷା ହେବନାହିଁ । ପୂର୍ବ ଇଣ୍ଟରନାଲ ପରୀକ୍ଷା ପ୍ରଦର୍ଶନକୁ ଦେଖି କ୍ଲାସ ପ୍ରମୋସନ ଦିଆଯିବ । ଚଳିତବର୍ଷ ବୈଷୟିକ ଶିକ୍ଷାନୁଷ୍ଠାନ ଫି ମଧ୍ୟ ବୃଦ୍ଧି ନକରିବାକୁ କୁହାଯାଇଛି କରୋନା ଭାଇରସ୍ କାୟା ବିସ୍ତାର ଲାଗି ସତର୍କତା ଦୃଷ୍ଟିରୁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସରକାର ବହୁ ପଦକ୍ଷେପ ନେଉଛନ୍ତି ।