ପଞ୍ଜିକରଣ ପାଇଁ ଆଧାରକାର୍ଡ ଓ ମୋବାଇଲ ନମ୍ବର ଜରୁରୀ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଓଡିଶା ଫେରନ୍ତାଙ୍କ ପାଇଁ ଆଧାରକାର୍ଡ ଓ ମୋବାଇଲ ନମ୍ବର ଜରୁରୀ । ଓଡିଶା ବାହାରେ ଫସିଥିବା ଲୋକ ବିନା ଆଧାରକାର୍ଡରେ ଓଡିଶା ଫେରିପାରିବେ ନାହିଁ । ଯାହାକି ପଞ୍ଜିକରଣ ପାଇଁ ଏହି ଦୁଇଟି ଜିନିଷ ବାଧ୍ୟମତାମୂଳକ କରୀାଯାଇଛି ।

ସୁଚନାମୁତାବକ, ଓଡ଼ିଶା ଫେରିବାକୁ ହେଲେ ସର୍ବପ୍ରଥମେ ସେମାନଙ୍କୁ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ । ଗତକାଲିଠାରୁ ଏହି ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇଛି । ପଞ୍ଜିକରଣ ପାଇଁ ଦୁଇଟି ଜିନିଷ ନିହାତି ଆବଶ୍ୟକ ରହିଛି । ଆଧାରକାର୍ଡ଼ ନମ୍ବର ଓ ମୋବାଇଲ ନମ୍ବର ପଞ୍ଜିକରଣ ପାଇଁ ଆବଶ୍ୟକ ଯଦି ନିଜେ ପଞ୍ଜୀକରଣ କରୁଛନ୍ତି ତେବେ ଆପଣ ନିଜ ନମ୍ବର ଦେବେ । ଆଉ ଯଦି ଆପଣଙ୍କ ପାଇଁ ଅନ୍ୟ କେହି ପଞ୍ଜିକରଣ କଲେ ତେବେ ତାଙ୍କ ନମ୍ବର କିମ୍ବା ପରିବାର ଲୋକଙ୍କ ନମ୍ବର ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜ ପ୍ରମୁଖ ସଚିବ ଦେଓ ରଞ୍ଜନ ସିଂହ । ଏହା ସହ ସୁବ୍ରତ ବାଗଚି କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନାକୁ ହରେଇବାକୁ ହେଲେ ସମ୍ପୂର୍ଣ୍ଣ ସରକାର ଓ ସମାଜ ସମନ୍ୱୟ ହେବାକୁ ପଡ଼ିବ । ଏହାସହ ଓଡ଼ିଶାକୁ ଫେରୁଥିବା ଲୋକଙ୍କ ଚିନ୍ତା ନେଇ ସରକାର ସମ୍ବେଦଳନଶୀଳ ଅଛନ୍ତି । ଦେଶରେ ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି ପାଇଛି । ସେହିପରି ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ିଶାରେ ଏ ପର୍ୟ୍ୟନ୍ତ ୨୦୫୯୯ନମୁନା ପରୀକ୍ଷାର ରିପୋର୍ଟ ମିଳିସାରିଛି । ସେଥି ମଧ୍ୟରେ ୯୪ଜଣଙ୍କର ରିପୋର୍ଟ ପଜିଟିଭ୍ ରହିଛି । ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।