ବିମାନ ଟିକେଟ ବୁକିଂ ବନ୍ଦ,ଜୁନ୧ରୁ ହୋଇପାରେ ଅନ୍ତର୍ଜାତୀୟ ସେବା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ପାଇଁ ବିମାନ ସେବା ଠପ ରହିଛି । ସାରା ଦେଶରେ ଲକଡାଉନ ପାଇଁ ଅବଧି ମେ ୩ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ବିଭିନ୍ନ କମ୍ପାନୀ ମେ ୪ରେ ବିମାନ ଉଡାଣ ପାଇଁ ବୁକିଂ ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ଲୋକମାନେ ମଧ୍ୟ ଆଗୁଆ ଟିକେଟ ବୁକିଂ କରିଛନ୍ତି । ତେବେ ଏହି ସମୟରେ ବେସାମରିକ ବିମାନ ଚଳା ଚଳ ମନ୍ତ୍ରାଣାଳୟ ପକ୍ଷରୁ ବିମାନ ଚଳା ଚଳ ଉପରେ ରୋକ ଲଗାଯାଇଛି । ସେ କହିଛନ୍ତି ଯେ ଲକଡାଉନ ଅବଧି ମେ ୩ ପର୍ଯ୍ୟନ୍ତ ଥିଲେ ବି କୌଣସି ବିମାନ କମ୍ପାନୀ ମେ ୪ ପର ସମୟ ପାଇଁ ଟିକେଟ ବୁକିଂ କରିପାରିବେ ନାହିଁ । ଯେତେବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣାଳୟ ପକ୍ଷରୁ କୁହାଯିବ ସେବେଠାରୁ ବିମାନ ପାଇଁ ଟିକେଟ ବୁକିଂ ଆରମ୍ଭ ହେବ ବୋଲି କୁହାଯାଇଛି । ଅନ୍ୟପଟେ ଏକ ଘରୋଇ ବିମାନ କତୃପକ୍ଷ କହିଛନ୍ତି ଯେ, ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ବିମାନ ଉଡାଣ ମେ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ବେଳେ ଏହି ସମୟ ପାଇଁ ବୁକିଂ ନ ରଖିବାକୁ କୁହାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣାଳୟ ଏବେ ଜୁନ ୧ରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଯୋଜନା କରୁଥିବା ଜଣାପଡିଛି । ସେହି ପରି ମେ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ପାଇଁ ବୁକିଂ ନ ରଖିବାକୁ କୁହାଯାଇଛି । ତେଣୁ ଆମେ ବୁକିଂ ରଖୁନୁ । ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ବିଳମ୍ବ ଥିବାରୁ ଆମେ ଏ ନେଇ କୌଣସି ବୁକିଂ ରଖୁନୁ । ତେବେ ପ୍ରଥମେ ଘରୋଇ ବିମାନ ସେବା ଆରମ୍ଭ ହେବା ପରେ ଅନ୍ତରର୍ଜାତୀୟ ବିମାନ ସେବା ଆରମ୍ଭ କରାଯିବା ନେଇ କୁହାଯାଇଛି । ଯେଉଁ ଦେଶରେ କୋରୋନା ଆକ୍ରାନ୍ତ ମୁକ୍ତ ଥିବ ସେହି ଦେଶକୁ ପ୍ରଥମେ ବିମାନ ଉଡିବା ନେଇ ସ୍ପଷ୍ଟ କରାଯାଇଛି ।