(ବିଜୟ କୁମାର କାଉରିଆ): କେନ୍ଦୁଝରଜିଲ୍ଲାର ପାଟଣାବ୍ଲକର ମା ବୁଢେଇଶ୍ୱଣୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅଥତୀ ଭାବରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ହୃଷିକେଶ ନାଏକ,ମୁଖ୍ୟ ବକ୍ତା ଜଗନ୍ନାଥ ନାଏକ,ସମାନିତ ଅଥିତୀ ୨୩ନଂ ଜୋନ ଜିଲ୍ଲାପରିଷଦ ସୁରେଶ ନାଏକ,ସମିତ ସଭ୍ୟା ଲକ୍ଷ୍ମୀପ୍ରିୟା ବେହେରା,ମିତ୍ରଭାନୁ ମହାନ୍ତ,ସରପଞ୍ଚ ଜୟନ୍ତୀ ପଇଦା,ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ବ୍ଲକ ଯୁବସଭାପତି ନବକିଶୋର ପୃଷ୍ଟି,ନୃସିଂହ ନାଥ ସିଂ ଖେଳାଳି ମାନଙ୍କୁ ଫୁଟବଲ ଖେଳ ବିଷୟରେ ଆଲୋକପାତ କରିଥିଲେ । ଆଜିର ଯୁବ ଖେଳାଳି କାଲି ର ରାଜ୍ୟ ତଥା ଦେଶର ସର୍ବବୃହତ ଖେଳାଳି ହୋଇ ବାହାରି ନିଜ ମାତୃଭୂମିର ନାଁ ରଖିବା ସହ ଦେଶର ନାଁ ରଖିବା ବାଲିଚୁଙ୍ଗ୍ ଭୁତିଆ ଙ୍କୁ ଉଦାହରଣ ଉଦବୋଧନ ଦେଇଥିଲେ।ଏହି ଟୁର୍ଣ୍ଣାମେଣ୍ଟ ପାଞ୍ଚଦିନ ଧରି ଚାଲି ଆସୁଥିବା ବେଳେ ଏଥିରେ ଆଂଚଳିକ ୩୨ଟି ଦଳ ଅଂଶ ଗ୍ରହଣ କରିଥିଲେ। ଆଜି ଫାଇନାଲ୍ ରାଉଣ୍ଡୁରେ କେତାଙ୍ଗଇ ଓ କେତାଙ୍ଗଈ ମଧ୍ୟ ରେ ସଂଘର୍ଷ ପୂର୍ବକ ଖେଳ ହୋଇ କୈଣସି ଦଳ କାହାରି କୁ ଗୋଲ ଦେଇ ପାରି ନ ଥିଲା। କମିଟିର ନିଷ୍ପତି ଅନୁସାରେ ଟସ ହୋଇ ଥିଲା ଏହି ଟସ ରେ କେତାଙ୍ଗଈ ଚମ୍ପାଆନ୍ ହୋଇ ଥିଲା । ଏହି ଖେଳକୁ ମା ବୁଢେଇଶ୍ୱଣୀ ଫୁଟବଲ୍ କମିଟି ର ସମସ୍ତ ସଦସ୍ୟ କାମୁଲୁପୃଷ୍ଟି ,ପିପୁଲୁ ପୃଷ୍ଟି,ପ୍ରାର୍ଥ ସାରଥି ବେଜ୍,,କ୍ଷିତୀଶ୍ ମହାନ୍ତ ପ୍ରଚେଷ୍ଟାରେ ଶାନ୍ତି ଶୃଙ୍ଖଳା ସହ ହଜାର ହଜାର ଖେଳପ୍ରେମି ମାନେ ଦେଖିବା ପାଇ ଉପସ୍ଥିତ ଥିଲେ।