ପାକିସ୍ତାନରେ ପ୍ରବଳ ବର୍ଷା ପାଇଁ ୭୬ ଜଣଙ୍କ ମୃତ୍ୟୁ

ବ୍ୟୁରୋ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ପାକିସ୍ତାନର ଆର୍ଥିକ ଅବସ୍ଥାକୁ ଆହୁରି ଖରାପ କରିଦେଇଛି । ପ୍ରବଳ ବର୍ଷା ପାଇଁ ଦେଶରେ ଏବେ ପର୍ଯ୍ୟନ୍ତ ୭୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୩ ଜଣ ଆହତ ହୋଇଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଅହତ ହୋଇଥିବା କୁହାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ବରଣ କରିଥିବା ୭୬ ଜଣଙ୍କ ମଧ୍ୟରେ ୧୫ଜଣ ମହିଳା ରହିଥିବା ବେଳେ ୩୧ଜଣ ଶିଶୁ ରହିଥିବା କୁହାଯାଉଛି । ବର୍ଷା ପାଇଁ ୭୮ଘର କ୍ଷତିଗ୍ରସ୍ତ ହୋଇଛି । ଏହି ବର୍ଷା ୩୦ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଉଛି ।