ଭୁବନେଶ୍ୱର ଧାନବାଦ ଏକ୍ସପ୍ରେସର ଟଏଲେଟରୁ ଜବତ ମୃତ ମହିଳାଙ୍କ ପରିଚୟ ପାଉନି ଜିଆରପି

ଭୁବନେଶ୍ୱର: ଭୁବନେଶ୍ୱର ଧାନବାଦ ଏକ୍ସପ୍ରେସର ଟଏଲେଟରୁ ଜବତ ମୃତ ମହିଳାଙ୍କ ପରିଚୟ ପାଉନି ଜିଆରପି । ପାଞ୍ଚ ଦିନ ପରେ ବି କିଏ ଏହି ମହିଳା, କଣ ତାଙ୍କ ପରିଚୟ ତାହା ଜଣା ପଡୁନି । ପ୍ରଥମିକ ତଦନ୍ତରୁ ଏହା ହତ୍ୟା ବୋଲି ସ୍ପଷ୍ଟ ହୋଇ ସାରିଛି। ହେଲେ କିଏ ଓ କାହିଁକି ମହିଳାଙ୍କୁ ହତ୍ୟା କରିବ ତାହା ଏପର୍ଯ୍ୟନ୍ତ ଜଣା ପଡିନି। ମହିଳାଙ୍କ ପରିଚୟ ଜାଣିବା ପାଇଁ ଜିଆରପି ପୋଲିସ ପକ୍ଷରୁ ପୋଷ୍ଟର ଲଗାଯାଉଛି । ମହିଳାଙ୍କ ପରିଚୟ ଜାଣିବା ପାଇଁ ଜିଆରପି ପୋଲିସ ପକ୍ଷରୁ ବିଭିନ୍ନ ଜନଗହଳି ସ୍ଥାନ,ରେଳ ଷ୍ଟେସନରେ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ଉଲ୍ଲେଖ କରାଯାଇଛି, ମହିଳାଙ୍କ ବୟସ ୩୦ବର୍ଷ । ବିବାହିତା, ଉଚ୍ଚତା୫ଫୁଟ, ଶରୀରର ଗଠନ ପତଳା, ଶ୍ୟାମଳ ରଙ୍ଗ ହୋଇଥିବା ବେଳେ ସେ ସାଲୱର କୁର୍ଟିଡ୍ରେସ ପିନ୍ଧିଥିଲେ । ସେହିଭଳି ମହିଳା ଜନଙ୍କ ହାତ, ବେକରେ ଇମିଟେସନ ଅଳଙ୍କାର ଓ ଗୋଡ଼ରେ ମୁଦି ପିନ୍ଧିଥିଲେ।  ଯଦି କୌଣସି ବ୍ୟକ୍ତି ଉକ୍ତ ମହିଳାଙ୍କ ପରିଚୟ ଦେବେ ତାଙ୍କର ପରିଚୟ ଗୋପନ ରଖି ପୁରସ୍କାର ଦିଆଯିବ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିବେ ।