୫ମ ଏସିଆନ୍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତର ଚତୁର୍ଥ ବିଜୟ

(ରିପୋର୍ଟସ ଟୁଡ଼େ): ୫ମ ଏସିଆନ୍ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ବୁଧବାର ଭାରତ ତାର ୫ମ ତଥା ଅନ୍ତିମ ଲିଗ୍ ମ୍ୟାଚ୍ରେ ବିଜୟୀ ହୋଇଛି । ପେନାଲ୍ଟି କର୍ଣ୍ଣର ବିଶେଷ ହରମନପ୍ରୀତ ସିଂହଙ୍କ ହ୍ୟାଟ୍ରିକ୍ ବଳରେ କୋରିଆକୁ ୪-୧ଗୋଲ୍ରେ ଭାରତ ପରାସ୍ତ କରିଛି । ଫଲରେ ୪ ର୍ଥ ବିଜୟ ସହ ଭାରତ ଲିଗ୍ ପର୍ଯ୍ୟାୟ ଶେଷକରିଛି । ପୁଣି ସର୍ବାଧିକ ୧୩ ପଏଣ୍ଟ ସହ ଗତଥରର ଚମ୍ପିଆନ୍ ଭାରତ ଟେବୁଲ ଶୀର୍ଷରେ ରହିବା ନିଶ୍ଚିତ କରିଛି । ଭାରତ ଶୀର୍ଷରେ ରହିଥିବାରୁ ଲିଗ୍ରେ ୪ ର୍ଥ ସ୍ଥାନରେ ଥିବା ଦଳ ବିପକ୍ଷରେ ୨୭ରେ ସେମିଫାଇନାଲ ଖେଳିବ ।

ଭାରତ ପଞ୍ଚମ ମିନିଟ୍‌ରେ ହରଭନପ୍ରୀତ ସିଂହଙ୍କ ପେନାଲ୍ଟି କର୍ନର ଗୋଲ୍ ବଳରେ ଆଗୁଆ ହୋଇ ଯାଇଥିଲା। ଗୁରଜାନ୍ତ ସିଂହ ଏକ ସୁନ୍ଦର ଫିଲ୍ଡ ଗୋଲ୍‌ରେ ଯାହାକୁ ଦଶକ ମିନିଟ୍‌ରେ ୨-୦ କରି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୨-୦ରେ ଆଗୁଆ ରହିବା ପରେ ଦ୍ବିତୀୟ କ୍ବାର୍ଟର ପଞ୍ଚମ ଅର୍ଥାତ୍ ୨୦ ତମ ମିନିଟରେ କୋରିଆ ସେଥିମଧ୍ୟରୁ ଗୋଟିଏ ଗୋଲ୍ ଶୁଝି ଦେଇଥିଲା। ଅଧିନାୟକ ଲି’ ସିଉନଗିଲ ଏହି ଫିଲ୍ଡ ଗୋଲ୍‌କୁ ଦେଇଥିଲେ। ତୃତୀୟ କ୍ବାର୍ଟର ଗୋଲ୍ ଶୂନ୍ୟ ରହିବା ପରେ ଚତୁର୍ଥ କ୍ବାର୍ଟରରେ ଆଉ ‌ଏକ ଗୋଲ୍ ଦେଇ ଭାରତ ୩-୧ରେ ବିଜୟ ମୁଣ୍ଡି ମାରିଥିଲା। ତୃତୀୟ ଗୋଲ୍‌ଟିକୁ ସେହି ହରମନପ୍ରୀତ ପେନାଲ୍ଟିକୁ ଗୋଲ୍‌ରେ ରୂପାନ୍ତର କରି ଅମଳ କରିଥିଲେ।