ତିରୁବନନ୍ତପୁରମ : ଆଜି କେରଳ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପ୍ରେମିକା ପ୍ରେମ ସ୍ୱିକାର କରିନେବା ପ୍ରେମିକା ସମ୍ପର୍କ ରଖିବାକୁ ସ୍ୱୀକୃତି ଦେଇଦେଲେ ତାହା ପ୍ରେମ ନୁହେଁ । ଏକ ଦୁଷ୍କର୍ମ ମାମଲାରେ ଆଜି ପ୍ରେମିକ-ପ୍ରେମିକାଙ୍କ ସମ୍ପର୍କ ଉପରେ କେରଳ ହାଇକୋର୍ଟ କହିଛନ୍ତି ଯେ ପ୍ରେମରେ ପଡିବା ଅର୍ଥ ଏୟା ନୁହେଁ ଯେ ମହିଳା ଜଣଙ୍କ ସମ୍ପର୍କ ରଖିବାକୁ ସମ୍ମତି ଦେଇଛନ୍ତି । ଜଷ୍ଟିସ୍ ଆର ନାରାୟଣଙ୍କ ଖଣ୍ଡପୀଠ କହିଛନ୍ତି ଯେ ଅସହାୟତାକୁ କାହାର ସହମତି କୁହାଯାଇପାରିବ ନାହିଁ। ସମ୍ମତି ଏବଂ ଅସହାୟତା ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି ।
ସୂଚନା ଥାଉ କି ଯେ କେରଳ ହାଇକୋର୍ଟ ୨୬ ବର୍ଷୀୟ ଶ୍ୟାମ ସିଭାନଙ୍କ ଆବେଦନ ଶୁଣାଣି କରି କୋର୍ଟ ଏହା କହିଛନ୍ତି। ଟ୍ରାଏଲ କୋର୍ଟ ଶ୍ୟାମକୁ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଦୋଷୀ ଶ୍ୟାମ ଏବଂ ପୀଡିତା ପରସ୍ପରକୁ ଭଲ ପାଉଥିଲେ। ୨୦୧୩ ମସିହାରେ, ଶ୍ୟାମ ପୀଡିତାଙ୍କୁ କର୍ଣ୍ଣାଟକର ମହୀଶୂରକୁ ନେଇ ଯାଇଥିଲେ । ସେଠାରେ ସେ ପୀଡିତାଙ୍କ ସହ ଜବରଦସ୍ତ ସମ୍ପର୍କ ରଖିଥିଲେ। ଶ୍ୟାମ ପୀଡିତାଙ୍କ ସମସ୍ତ ଅଳଙ୍କାର ମଧ୍ୟ ବିକ୍ରି କରିଦେଇଥିଲେ। ଏହା ସହ ପ୍ରେମିକାକୁ ନିଜ ସହ ଯିବାକୁ ଧମକ ଦେଇଥିଲେ ।
ଏହା ପରେ ସେ ପୀଡିତାଙ୍କୁ ଗୋଆକୁ ନେଇ ଯାଇଥିଲେ ଯେଉଁଠାରେ ସେ ପୁଣି ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ପାଖରେ କୌଣସି ବିକଳ୍ପ ନ ଥିବାରୁ ସେ ସମ୍ପର୍କ ରଖିଥିଲେ ।
ତେବେ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଶ୍ୟାମ ଅପହରଣ ଏବଂ ଦୁଷ୍କର୍ମ ଯଥା ଆଇପିସିର ଧାରା ୩୬୬ ଏବଂ ୩୭୬ ଅନୁଯାୟୀ ଦଣ୍ଡିତ କରାଯିବ।