(ରିପୋର୍ଟସଟୁଡେ): ବନବିଭାଗ ହାତରେ ଧରାପଡିଛି ୨ କେଜି ସମ୍ବର ମାଂସ । ଏଭଳି ଘଟଣା ଦେଖିବାକୁ ମିଳିଛି ତଳଗଡ ଗ୍ରାମପଞ୍ଚାୟତ କନ୍ତମେଗ ଗ୍ରାମରେ । ଏହି ଗ୍ରାମର ଅନାଥ ସାହୁଙ୍କ ଘରୁ ଜବତ ହୋଇଛି ୨ କେଜି ସମ୍ବର ମାଂସ । ତେବେ ସମ୍ବର ମାଂସ ଜବତ ସହ ଅନାଥ ସାହୁଙ୍କୁ ଗିରଫ କଲା ବନବିଭାଗ । ଏହି ଗିରଫ ଘଟଣାକୁ ନେଇ ଗ୍ରାମବାସୀ ଉତ୍ତେଜିତ ହୋଇଛନ୍ତି । ଉତ୍ତେଜିତ ଗ୍ରାମବାସୀ ବନ୍ତଳା ବନାଞ୍ଚଳ ବନଅଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବସିଛନ୍ତି ଧାରଣାରରେ ।