(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଆଶ୍ବସ୍ତି ଖବର ଆସିଛି। ୧୬ଟି ଜିଲ୍ଲାରୁ ୧୪୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି। ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ କଟକ ଜିଲ୍ଲାରୁ ୨୪ଜଣ, ଗଞ୍ଜାମରୁ ୨୨, ନୂଆପଡ଼ାରୁ ୨୧, ଖୋର୍ଦ୍ଧାରୁ ୧୧ଜଣ, ଜଗତସିଂହପୁରରୁ ୧୧ଜଣ, ସୁନ୍ଦରଗଡ଼ରୁ ୮ଜଣ, ବଲାଙ୍ଗୀର ଓ ଭଦ୍ରକ ଜିଲ୍ଲାରୁ ୭ଜଣ ଲେଖାଏଁ, ଢ଼େଙ୍କାନାଳରୁ ୫ଜଣ, ବରଗଡ଼, କେନ୍ଦ୍ରପଡ଼ା ଓ ସମ୍ବଲପୁର ୩ଜଣ ଲେଖାଏଁ, ବାଲେଶ୍ବର ଓ ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟ୍ବିଟ୍ରେ ସୂଚନା ପ୍ରଦାନ କରାଯାଇଛି। ଫଳରେ ରାଜ୍ୟରେ ୨୧୩୩ଜଣ ସୁସ୍ଥ ହୋଇଛନ୍ତି ।