ଦଶମଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

(ଓମ୍ ପ୍ରକାଶ ମିଶ୍ର) : ସୋନପୁର ପୂର୍ତ୍ତ ବିଭାଗ କଲୋନିରେ ଘଟିିଛି ଅଭାବନୀୟ ଘଟଣା । କଲୋନିର ଧନମତୀ ସାହୁଙ୍କ ଝିଅ ପୂଜା ସୋନପୁର ସରକାରୀ ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ । ଗତକାଲି ରାତିରେ ଘରର ଏକ କାଠ ଫ୍ରେମରେ କପଡା ଲଗାଇ ଆତ୍ମହତ୍ୟା କରିଥିଲେ ପୁଜା ସାହୁ । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି ।