ସସପେଣ୍ଡ ହେଲେ ବଡଚଣା ଆଇଆଇସି,ଲକଡାଉନ ନିୟମ ଉଲଙ୍ଘନ କରିଥିଲେ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ନିୟମ ଉଲଙ୍ଘନ କରି ଚାକିରୀରୁ ବହିସ୍କୃତ ହେଲେ ଯାଜପୁର ଜିଲ୍ଲା ବଡ ଚଣା ଆଇଆଇସି ଦୀପକ କୁମାର ଜେନା । ଏ ନେଇ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ପୋଲିସ ଡିଜିପି ଶ୍ରୀ ଅଭୟ ।

ସୁଚନାମୁତାବକ, କୋରୋନା ପାଇଁ ପୁରୀ ଶ୍ରୀମନ୍ଦିକୁ ଭକ୍ତଙ୍କ ପ୍ରବେଶ ନିଷେଦ୍ଧ କରାଯାଇଛି । ହେଲେ ଗତକାଲି ଯାଜପୁର ଜିଲ୍ଲା ବଡଚଣା ଆଇଆଇସି ଙ୍କ ସହ ପରିବାର ଶ୍ରୀ ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରଭୁଙ୍କ ଦର୍ଶନ ପାଇଁ ଜୋର ଜବରଦସ୍ତ ପ୍ରବେଶ କରିଥିଲେ । ମନ୍ଦିର ଡ୍ୟୁଟିରେ ଥିବା ପୋଲିସ ହାବିଲଦାର ସେମାନଙ୍କୁ ବାରଣ କରିବା ସତ୍ୱେ ନ ମାନି ଦକ୍ଷିଣ ଦ୍ୱାର ଦେଇ ଭିତରକୁ ପସିଥିଲେ । ଶ୍ରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଲାଗିଥିବା ବେଳେ ଏହାକୁ ଖୋଦ ପୋଲିସ ବାକୁ ନିୟମ ଉଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା । ଲକଡାଉନ ନିୟମ ଉଲଙ୍ଘନ ପାଇଁ ଡ୍ୟୁଟିରେ ଥିବା ହାବିଲଦାର ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ ପରେ କେଶ ନମ୍ବର ୪୦/୨୦୨୦ ରେ ମାମଲା ରୁଜୁ ହୋଇଥିଲା । ଆଜି ଆଇଆଇସି ଦୀପକ ଜେନାଙ୍କୁ ଚାକିରିରୁ ବହିସ୍କାର କରାଯାଇଥିବା ସହ ଘଟଣାର ଅଧିକ ତଦନ୍ତ ଚାଲିଥିବା ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି ପୋଲିସ ଡିଜିପି ଶ୍ରୀ ଅଭୟ । ଅନ୍ୟପଟେ କୋରୋନା ଶ୍ରୀ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ଲାଗି ସାଧାରଣ ଲୋକଙ୍କ ପ୍ରତି କଟକଣା ହୋଇଥିବା ବେଳେ ଜଣେ ପୋଲିସ ଅଫିସର ଏଭଳି ଜୋର ଜବରଦସ୍ତ ମନ୍ଦିର ଭିତରକୁ ପ୍ରବେଶ କରିବା ସାଧାରଣରେ ନିନ୍ଦା କରାଯାଇଛି ।