କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ରାସଳୋ ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ରାସଳୋ ଗ୍ରାମର ଆକାଶ ଜେନା ଓ ଉତ୍ତମ ଦେହୁରୀ ଏକ ବାଇକ୍ରେ ଯାଉଥିବା ବେଳେ ରାସଳୋ ଛକ ନିକଟରେ ପ୍ରଥମେ ଏକ ଅଟୋକୁ ଧକ୍କା ଦେଇଥିଲେ। ଧକ୍କା ପରେ ଉଭୟ ରାସ୍ତା କଡ଼କୁ ଛିଟିକି ପଡ଼ିଯାଇଥିଲେ। ସେହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ଚଢ଼ିଯିବାରୁ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବର ପାଇ ଦୈତାରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି।