ବାରିପଦାରେ ବିକାଶକୁ ମିଳିଲା ନୂଆ ଦିଶା । ୯୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁଇଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ବାରିପଦା ସହରର ଉନ୍ନତି ଦିଗରେ ସରକାର ପ୍ରତିବଦ୍ଧ। ସର୍ବାଙ୍ଗୀନ ସହର ବିକାଶ ପାଇଁ ମାନ୍ୟବର ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ବାରିପଦା ସହରର ଭିତ୍ତିଭୂମି ବିକାଶକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ୯୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଦୁଇଟି ଜନହିତକାରୀ ପ୍ରକଳ୍ପର ଲୋକାର୍ପଣ ଶିଳାନ୍ୟାସ କରିଛନ୍ତି । ‘ଉନ୍ନତି ଯୋଜନା’ ମାଧ୍ୟମରେ ଜନସାଧାରଣଙ୍କ ଦୀର୍ଘଦିନର ଦାବି ଅଭିଯୋଗର ସମାଧାନ ପାଇଁ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ ଖୁବ୍ ଶୀଘ୍ର ହେବ । ବାରିପଦା ପୌରପାଳିକାର ୩ ନମ୍ବର ୱାର୍ଡ ଅନ୍ତର୍ଗତ ବାଘଡ଼ା ରୋଡ଼ଠାରୁ ଶନିମନ୍ଦିର ପର୍ଯ୍ୟନ୍ତ ନିର୍ମିତ ରାସ୍ତା ଏବଂ ଶୁକଯୋଡ଼ା ନାଳ ଉପରେ ନିର୍ମିତ ପୋଲର ଆନୁଷ୍ଠାନିକ ଲୋକାର୍ପଣ କରିଥିଲେ ।
ପ୍ରାୟ ୪୮ ଲକ୍ଷ ୨୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ସହ ଜନସାଧାରଣଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବ ।ସେହିପରି ବାରିପଦା ପୌରପାଳିକାର ୨୫ ଓ ୨୮ ନମ୍ବର ୱାର୍ଡବାସୀଙ୍କ ପ୍ରାୟ ୪୦ ବର୍ଷର ଦୀର୍ଘଦିନର ଦାବି ପୂରଣ ଦିଗରେ ପାଲବଣୀ ୧୮ ନମ୍ବର ଜାତୀୟ ରାଜପଥଠାରୁ ନିକୋ ଅଫିସର ପଛପଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୪୮ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟରେ ଶିଳାନ୍ୟାସ କରାଯାଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉକ୍ତ ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆସିବା ସହ ସ୍ଥାନୀୟ ବାସିନ୍ଦାମାନେ ଉପକୃତ ହେବେ ।ବାରିପଦା ପୌରପାଳିକା ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷ ସୀମା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ସମେତ ସ୍ଥାନୀୟ ଜନପ୍ରତିନିଧି, ପୌରପାଳିକା ଅଧିକାରୀ, ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।