ଅଙ୍ଗନବାଡି ପିଲାଙ୍କ ଖାଦ୍ୟରେ ମଲା ଝିଟିପିଟି । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ପଞ୍ଚାୟତ ବଡଗହମା ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଘଟଣା ଘଟିଛି । ଘଟଣାଟି ଏପରି ଥିଲା ଯେ, ଜଣେ ପିଲା ଖାଇବା ପାଇଁ ହାତ ନେବା ବେଳେ ପରିବା ସନ୍ଦେହ କରି ତାହା ଉପରକୁ ଉଠାଇଥିଲେ । ସେତେବେଳେ ତାହା ମଲା ଝିଟିପିଟି ବୋଲି ଜଣାପଡିଲା । ଏହା ଦେଖି ଅଭିଭାବକ ମାନେ ସଙ୍ଗେ ସଙ୍ଗେ ପିଲା ମାନଙ୍କୁ ନିକଟସ୍ଥ ମେଡିକାଲ ନେଇଯାଇଥିଲେ । ସେଠାରେ ପିଲାମାନଙ୍କର ଚିକିତ୍ସା ଚାଲିଛି । ତେବେ ପିଲା ମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । କିନ୍ତୁ ବିଭାଗ ଦିଦିଙ୍କ ଅବହେଳା ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଭିଭାବକ ମାନେ ଦାବି କରିଛନ୍ତି ।