( ରିପୋର୍ଟସଟୁଡେ): ଭାରତୀୟ ଟେନିସ ତାରକା ସାନିଆ ମର୍ଜା ମା’ ହୋଇସାରିଛନ୍ତି ଆପଣ ଜାଣିଥିବେ । ଅକ୍ଟୋବର ୩୦ ତାରିଖ ସକାଳେ ଟ୍ୱିଟ୍ କରି ତାଙ୍କ ସ୍ୱାମୀ ତଥା ପାକିସ୍ତାନୀ କ୍ରିକେଟର୍ ଶୋଏବ ମଲିକ ଏହି ସୂଚନା ଦେଇଥିଲେ। ସେହିଦିନ ହିଁ ସାନିଆଙ୍କ ପୁଅ ଜନ୍ମ ହୋଇଥିଲେ। ସାନିଆ ଓ ଶୋଏବ ପୁଅର ନାଁ ଇଜାନ୍ ମିର୍ଜା ମଲିକ ରଖିଛନ୍ତି।
ଏବେ ସାନିଆଙ୍କ କିଛି ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। କାରଣ ଏହି ଫଟୋରେ ସାନିଆ ତାଙ୍କ ପୁଅ ସହିତ ଅଛନ୍ତି। ସେ ପୁଅକୁ ଧରି ଚାଲୁଛନ୍ତି। ଫଟୋଗୁଡ଼ିକ ଡାକ୍ତରଖାନାରେ ଉଠାଯାଇଛି। ସେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇ ଘରକୁ ଫେରୁଥିବା ବେଳେ ଏହି ଫଟୋ ଉଠାଯାଇଛି। ଶୋଏବ ଏକ ଟ୍ୱିଟ୍ରେ ଲେଖିଥିଲେ ଯେ ସାନିଆ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଯୋଜନା କରୁଛନ୍ତି।