ଚିଟ୍ ଫଣ୍ଡ ତଦନ୍ତକୁ ନେଇ ରାଜ୍ୟ ସକରାରଙ୍କୁ ଘେରିଲା ବିଜେପି

(ରିପୋର୍ଟସ ଟୁଡ଼େ / ଆଦର୍ଶ ରାଉତ) : ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଚିହ୍ନଟ ପାଇଁ ଆଉ ଲାଗିବ ୨/୩ ବର୍ଷ। ଏହାର ସୂଚନା ଦେଇଛନ୍ତି ଚିଟ୍ ଫଣ୍ଡ ତଦନ୍ତ କମିଶନ ଜଷ୍ଟିସ ଏମ.ଏମ. ଦାସ । ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ୧୦ ହଜାରୁ ଉଦ୍ଧ୍ୱର୍ ଜମାକରୀଙ୍କୁ ଚିହ୍ନଟ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ପ୍ରକୃତରେ ଜମାକାରୀ ମାନେ କେବେ ଟଙ୍କା ଫେରିପାଇବେ ସେ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେପିର ସମୀର ମହାନ୍ତିି । କେବଳ କାଗଜ ପତ୍ରରେ ହିସାବ ନକରି ଜମାକାରୀଙ୍କୁ ତୁରନ୍ତ ଟଙ୍କା ଫେରସ୍ତ ପାଇଁ ଦାବି କରିଛି ବିଜେପି ।