୧୮ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଗୁରୁବାର ଲୋକସଭା ସଚିବାଳୟ ପକ୍ଷରୁ ପ୍ରେସ ବିବୃତିରେ କୁହାଯାଇଛି। ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ରେ ଶେଷ ହେବ। ଚଳିତ ଅଧିବେଶନରେ ୧୭ଟି କାର୍ଯ୍ୟ ଦିବସ ରହିଛି। ଚଳିତ ଅଧିବେଶନଟି ସ୍ୱତନ୍ତ୍ର ରହିବ। କାରଣ ଅଧିବେଶନର ଆରମ୍ଭ ଦିନରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ। ଚଳିତ ଅଧିବେଶନଟି ବେଶ ସରଗରମ ରହିବ ବୋଲି ଜଣାପଡିଛି। ଇଡି ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଘନ ଘନ ଜେରା, ଅଗ୍ନିପଥ ଯୋଜନା, ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିରୋଧୀମାନେ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ଚଳିତ ଅଧିବେଶନରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସମ୍ବର୍ଦ୍ଧନା କରାଯିବାର କାର୍ଯକ୍ରମ ରହିଛି।