( ଭୁବନେଶ୍ୱର /ରିପୋର୍ଟସଟୁଡେ): କଳାହାଣ୍ଡିର କିଛି ଅଂଚଳରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିିଛି । ସାଧାରଣ ନିର୍ବାଚନ ପାଇଁ ଭୋଟ ବର୍ଜନ କରିବାକୁ ମାଓବାଦୀ ପୋଷ୍ଟର ଲଗାଇ ଆହ୍ୱାନ କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ଏମ.ରାମପୁରର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ନଜରକୁ ଆସିଛି । ଚଳିତ ଥର ଲୋକସଭା ଓ ବିଧାନ ସଭା ନିର୍ବାଚନ ପାଇଁ ଭୋଟ ବର୍ଜନ କରିବାକୁ ମାଓବାଦୀ ପୋଷ୍ଟର ଲଗାଇ ଚେତାବନୀ ଦେଇଥିବା ଜଣାପଡ଼ିଛି । ଏହି ବ୍ୟାନର ଓ ପୋଷ୍ଟର ମାଓ ସଂଗଠନ କେକେବିଏନ ମକ୍ଷରୁ ଲାଗିଥିବା ସୂଚନା ମିଳିଛି ।