ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଆଜିଠୁ ୨ଦିନ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ । ୧୨ଦଫା ଦାବିରେ ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ ତରଫରୁୁ ଧର୍ମଘଟ ଡାକରା ଦିଆଯାଇଛି । ଏହି ଦୁଇ ଦିନ ବ୍ୟାଙ୍କ କର୍ମଚାରୀ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ବ୍ୟାଙ୍କ ସଂଗଠନର ମୁଖ୍ୟ ଶ୍ରମ ଆୟୁକ୍ତଙ୍କ ସହ ବୈଠକ ପରେ ଏଥିରେ କୌଣସି ସମସ୍ୟାର ସମାଧାନ ହୋଇ ନ ଥିଲା । ଏଥି ପାଇଁ ବ୍ୟାଙ୍କ କର୍ମଚାରୀ ସଂଗଠନ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ।
ବ୍ୟାଙ୍କ କର୍ମଚାରୀ ସଂଗଠନର ଦାବି ଯେ, ୨୦୧୭ ନଭେମ୍ବର ପରେ ଦରମା ସଂଶୋଧିତ ହୋଇ ନାହିଁ ଏବଂ ଏଥିରେ ୨୦ ପ୍ରତିଶତ ବୃଦ୍ଧି କରାଯିବା ଦରକାର । ଏହାର ସ୍ପେଶାଲ ଆଲାଉନ୍ସକୁ ବେସିକ ଦରମା ସହିତ ଯୋଡ଼ାଯାଉ । ଭାରତୀୟ ଷ୍ଟେଟ ବ୍ୟାଙ୍କ, ଆଇଡିବିଆଇ ସମେତ ଅନେକ ବ୍ୟାଙ୍କ ଷ୍ଟକ ଏକ୍ସଚେଞ୍ଜକୁ କର୍ମଚାରୀଙ୍କ ଆନ୍ଦୋଳନ ସଂପର୍କରେ ସୂଚନା ଦେଇଛି ।
ଏହି ଭଳି ଭାବେ ଜାନୁଆରୀ ୩୧ ଓ ଫେବୃଆରୀ ୧ ତାରିଖରେ ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନ କରିବେ । ଏହାର ଅର୍ଥ ବଜେଟ ଓ ଇକୋନୋମିକ ସର୍ଭେ ଦିନ ଆନ୍ଦୋଳନ ହେବ । ବ୍ୟାଙ୍କକୁ ୯ଟି ସଂଗଠନର ଆନ୍ଦୋଳନକୁ ସମର୍ଥନ ମିଳିଛି । ଏହାରି ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ (ଆଇବିଏ) ଏକ ବୟାନରେ କହିଛି ଯେ କର୍ମଚାରୀମାନେ ଆନ୍ଦୋଳନକୁ ଯିବା ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ । ସୂଚନାଯୋଗ୍ୟ ବ୍ୟାଙ୍କ ଆନ୍ଦୋଳନରେ ପାଖାପାଖି ୧୦ ହଜାର କର୍ମଚାରୀ ସାମିଲ ହେବେ ।