ମୟୁରଭଞ୍ଜ ଜିଲ୍ଲା ଉଦଳା ମେଡିକାଲ ବ୍ଲଡ଼ ବ୍ୟାଙ୍କ ସଭା ଗୃହରେ ଆଜି ବିଶ୍ୱ ସେବିକା ଦିବସ ପାଳିତ ହୋଇଯାଇଛି! ବିଶେଷ କରି ନର୍ସମାନେ କିପରି ରୋଗୀମାନଙ୍କୁ ଉତ୍ତମ ବ୍ୟବହାର କରିବା ସହ ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀ ମାନଙ୍କୁ ପ୍ରାଥମିକ ଚିକିତ୍ସା କରିପାରିବେ ସେନେଇ ବିଶ୍ୱ ସେବିକା ଦିବସର ଆଭିମୁଖ୍ୟ ଥିଲା! ପରସ୍ପର ମଧ୍ୟରେ ନର୍ସମାନଙ୍କ ସହଯୋଗ ରହିଲେ ରୋଗୀ ମାନଙ୍କର ଚିକିତ୍ସାରେ ଆଉ ସମସ୍ୟା ରହିବ ନାହିଁ ବୋଲି ଶିଶୁ ବିଶେଷଜ୍ଞ ଡ଼. ଲଷ୍ମୀକାନ୍ତ ପତି କହିଥିଲେ! ଉଦଳା ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଶେଷଙ୍ଗ ଡ଼. ମଧୁସ୍ମିତା ବେହେରା, ପ୍ରଜ୍ଞା ବେହେରାଙ୍କ ସମେତ ନର୍ସମାନେ ସାମିଲ ହୋଇଥିଲେ!