(କାହ୍ନୁ ଚରଣ ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବଗାଡ ଗାଁରେ ଘଟିଛି ଦୁଃଖଦ ଘଟଣା । ଗାଁ ପୋଖରୀକୁ ଗାଧେଇବାକୁ ଯାଇଥିବାବେଳେ ଜଣେ ଯୁବତୀ ଓ ଦୁଇ ଜଣ ଶିଶୁ ବୁଡି ଯାଇଥିଲେ । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତକ ଦୁଇଜଣ ହେଲେ ରୋଜି ସାହୁ ଓ ନମିତା ସାହୁ । ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।