ଦେବଗଡ: ସାପ କାମୁଡାରେ ଦୁଇ ଭାଇ ମୃତ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଜାଙ୍ଗଲିକୁଦା ଗାଁରେ । ମୃତ ଦୁଇଭାଇ ହେଉଛନ୍ତି ସର୍ବେଶ୍ୱର ଦେହୁରୀଙ୍କ ପୁଅ ଗୌରାଙ୍ଗ ଦେହୁରୀ ଓ ସୌଭାଗ୍ୟ ଦେହୁରୀ ।
ଗତକାଲି ରାତିରେ ଦୁଇ ଭାଇ ଶୋଇଥିବା ବେଳେ ସାପ କାମୁଡିଥିଲା । ପରିବାର ଲୋକ ଦୁଇଜଣଙ୍କୁ ଦେବଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ ହୋଇଛି । ଦୁଇ ଭାଇଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।