ଭୁବନେଶ୍ଵର: ପୁଣି ଉପରମୁହାଁ ସୁନା ରୂପା ଦର । କିଛି ଦିନର ବିରତି ପରେ ପୁଣି ବଢିଲା ସୁନା ଦର । ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮,୨୯୦ ଟଙ୍କା ଥିବା ବେଳେ ଆଜି ୫୫୦ ଟଙ୍କା ବୃଦ୍ଧି ଘଟି ୯୮,୮୪୦ ଟଙ୍କାକୁ ଛୁଇଁଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୯୦,୧୦୦ ଟଙ୍କା ଥିବା ବେଳେ ଆଜି ୫୦୦ ଟଙ୍କା ବୃଦ୍ଧି ପାଇ ୯୦,୬୦୦ ଟଙ୍କାକୁ ଛୁଇଁଛି । ଅନ୍ୟପଟେ ଗତ କାଲି ୧୮ କ୍ୟାରେଟ ସୁନା ଦର ୭୩,୭୨୦ ଟଙ୍କା ଥିବା ବେଳେ ଆଜି ୪୧୦ ଟଙ୍କା ବୃଦ୍ଧି ପାଇ ୭୪,୧୩୦ ଟଙ୍କାରେ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୮, ୮୪୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦ ହଜାର ୬୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮, ୯୯୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୭୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୮,୮୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୦ ହଜାର ୬୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୮, ୮୪୦ ଓ ୯୦ ହଜାର ୬୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୧୦,୦୦୦ ଟଙ୍କା ହୋଇଛି ।

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।