୩ ଦିନିଆ ଧର୍ମଘଟ ପାଇଁ ରବିବାର ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି

ଆଜି ଦେଶରେ ସମସ୍ତୟବ୍ୟାଙ୍କ ଖୋଲା। ରବିବାର ଥିଲେ ବି  ସମସ୍ତ ବ୍ୟାଙ୍କ ଖୋଲା ରହିବ। ୩ ଦିନିଆ ଧର୍ମଘଟ ପାଇଁ ରବିବାର ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ବ୍ୟାଙ୍କ ଖୋଲା ରହିବ। ସପ୍ତାହକୁ ୨ ଦିନ ଛୁଟି ଦାବିରେ ୨୮ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସଂଘ। ଆସନ୍ତା ସପ୍ତାହରେ ପାଖାପାଖି ୩ ଦିନ ଧର୍ମଘଟକୁ ମିଶାଇ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହାକୁ ଦୃଷ୍ଟିରେ ରଖି ରବିବାର ଦିନ ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ସପ୍ତାହକୁ ୨ ଦିନ ଛୁଟି ସହ ୪ ଦଫା ଦାବି ନେଇ ପୁଣି ଥରେ ଧର୍ମଘଟକୁ ଓହ୍ଲାଇବ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ। ଆଉ ଏଥିପାଇଁ ପୁରା ସପ୍ତାହେ ବନ୍ଦ ରହିପାରେ ବ୍ୟାଙ୍କ। ୨୮,୨୯,୩୦ ଦିନ ଧର୍ମଘଟ ହେବ। ପରେ ପରେ ୨ ତାରିଖ ଗାନ୍ଧି ଜୟନ୍ତୀ ଦିନ ଛୁଟି ରହିଛି।ପୂର୍ବରୁ ଚତୁର୍ଥ ଶନିବାର ପାଇଁ ୨୬ ତାରିଖ ଛୁଟି ରହିଥିଲା। ୫ ଦିନ ବ୍ୟାଙ୍କ ସେବା ବନ୍ଦ ରହିବା ନେଇ ଚିନ୍ତାରେ ପଡ଼ିଥିଲେ ଗ୍ରାହକଙ୍କଠୁ ବ୍ୟବସାୟୀ। ଆଜି ବ୍ୟାଙ୍କ ଖୋଲା ରହିବା ନିଷ୍ପତ୍ତିରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି।