୨୦୨୭ ଆଇସିସି ଦିନିକିଆ ବିଶ୍ୱକପ୍କୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭାରତୀୟ କ୍ରିକେଟର ଦୁଇ ଭେଟେରାନ୍ ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଜିଓ-ଷ୍ଟାର୍କୁ ଦେଇଥିବା ସାକ୍ଷାତକାରରେ ଉଭୟେ ୨୦୨୭ ବିଶ୍ୱକପ୍କୁ ନେଇ ନିଜ ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି।

ବିରାଟ କୋହଲିଙ୍କ ପାଇଁ ୨୦୨୭ ବିଶ୍ୱକପ୍ ବିଶେଷ ହେବ। ଭାରତ ପାଇଁ ଏହା ତାଙ୍କ ଶେଷ ବିଶ୍ୱକପ୍ ହୋଇପାରେ ବୋଲି ସେ କହିଛନ୍ତି। ବିଶ୍ୱକପ୍ରେ ଦୀର୍ଘ ସମୟ ଧରି ଟି-୨୦ ଭଳି ମାନସିକ ଓ ଶାରୀରିକ ତୀବ୍ରତା ବଜାୟ ରଖିବା ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି କୋହଲି। ଭାରତକୁ ବିଶ୍ୱବିଜେତା କରାଇବା ପାଇଁ ପଡ଼ିଆରେ ସବୁକିଛି ଦେବା ତାଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସେପଟେ ରୋହିତ ଶର୍ମା ମଧ୍ୟ ୨୦୨୭ ବିଶ୍ୱକପ୍କୁ ନେଇ ଉତ୍ସାହିତ। ଆଇସିସି ଟୁର୍ଣ୍ଣାମେଣ୍ଟରେ ଭିନ୍ନ ପ୍ରତିପକ୍ଷ ଓ ପରିବେଶକୁ ଦେଖି ସ୍ୱତନ୍ତ୍ର ପ୍ରସ୍ତୁତି ଓ ରଣନୀତି ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ରୁ ହିଁ ଉଭୟଙ୍କ ବିଶ୍ୱକପ୍ ପ୍ରସ୍ତୁତିର ନୂଆ ଅଧ୍ୟାୟ ଆରମ୍ଭ ହେବ।