ଆଜି ଠାରୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ: ଆଜି ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି । ଏହିତିଥିରେ ଅଜିଠୁ ଙ୍କାନାଳର ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ଯାହାକୁ ନେଇ ପୁରା ଚଳଚଳ ହୋଇ ଉଡିଛି ଯୋରନ୍ଦା ମହିମା ଗାଦି ପୀଠ । ଦେଶ ବିଦେଶରୁ ହଜାର ହଜାର ସାଧୁସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ଏହି ପିଠରେ । ସନ୍ଧ୍ୟା ୫ଟା୫ରେ ଗାଦି ମନ୍ଦିରରେ ଝାଡରେ ଅଗ୍ନି ସଂଯୋଗ ହେବ । ତେବେ ବିଶ୍ୱର ମଙ୍ଗଳ ପାଇଁ ଦୁଇ ଦିନ ଜଳିବ ଏହି ଝାଡ ଦୀପ । ଏହି ମାଘ ମେଳା ପାଇଁ ବକ୍କଳଧାରୀ ସନ୍ନ୍ୟାସୀ ଓ କୌପୁନୀଧାରୀ ସନ୍ନ୍ୟାସୀ ସମାଜ ପକ୍ଷରୁ ବିଭିନ୍ନ ମଠ ମନ୍ଦିର ଗୁଡିକୁ ରଙ୍ଗ କରାଯାଇଛି । ତେବେ ଆଜି ଠାରୁ ୨୪ ତରୀଖ ପର୍ଯ୍ୟନ୍ତ ଚାଲିବ ଏହି ମେଳା । ଏଥିଲାଗି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତିନି ଦିନ ଧରି ଅଲେଖ ମହିମା ଧ୍ବନିରେ ପ୍ରକମ୍ପିତ ହେବ ଶୂନ୍ୟ ମନ୍ଦିର । ସେପଟେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ, ପରିମଳ ଓ ପାନୀୟ ଜଳ ଯୋଗାଣକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଏପଟେ ମେଳା ପାଇଁ ଉଠା ଦୋକାନୀମାନେ ନିଜ ନିଜର ପସରା ମେଲାଇବା ଅରମ୍ଭ କଲେଣି ।