ପୋଲିସ ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ପାପଡାହାଣ୍ଡି/ ଅନିଲ ପ୍ରଭାତ ଭତ୍ରା: ପୋଲିସ ବିଭାଗ ଦ୍ଵାରା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଭାଲୁ ଝର ଠାରେ ଆଜି ପୋଲିସ ଜନ ସଂପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜ୍ଝ ଆଖପାଖ ଅଞ୍ଚଳର ୧୦୦୦ରୁ ଉର୍ଦ୍ଧ୍ବ ଜନତା ଙ୍କ ସମାଗମ ହୋଇଥିଲା । ପୋଲିସ ସହ ଜନତାଙ୍କ ସୁସମ୍ପର୍କ ରଖିବା ପାଇଁ ଆହ୍ଵାନ ଦେବା ସହ ପୋଲିସ ସହ ହାତ ମିଳାଇ ବିକାଶ ମୂଳକ କାର୍ଯ୍ୟକରାଇବା,ପୋଲିସକୁ ସହଯୋଗ କରିବାଲାଗି ପରାମର୍ଶ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପାପଡାହାଣ୍ଡି ଏସଡ଼ିଭିଓ ଆଦିତ୍ୟ ସେନ, ଥାନା ଅଧିକାରୀ ମୀରା ନାୟକ, ପୁରୁଣା ଥାନା ଅଧିକାରୀ ସୂବେନ୍ଦୁ ଶବର, ଏସଆଇ ଶିବଜି ପଣ୍ଡା, ଏସଆଇ ଡି ଦେବି କୁମାର, ସରପଞ୍ଚ ରାମବତୀ ମାଝୀ ଓ ଡ଼ ମୋହନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ମଶାରୀ, ଶାଢ଼ୀ ସହ ପିଲାଙ୍କୁ ବହି ଖାତା ଆଦି ବଣ୍ଟନ କରାଯାଇଥିଲା । ଏପରି କାର୍ଯ୍ୟକୁ ଅଞ୍ଚଳ ବାସୀ ପୋଲିସ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।