ତଥାପି ପଶୁନି ଚେତା

(ଅନୁଗୁଳ / ଜ୍ୟୋତିରଞନ ଧର) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ଚଳିତ ମେ’ମାସ ୧୪ତାରିଖ ସୁଧା ଗତ ୨୮ଏପ୍ରିଲ୍ରୁ ୧୪ମେ’ ପର୍ଯ୍ୟନ୍ତ ୧୪ଦିନ ମଧ୍ୟରେ ୬ଶହ ଟପିଲାଣି । କିନ୍ତୁ ଏକ ଜାତୀୟ ପ୍ରକଳ୍ପ ପିଟିଏସ୍ କଲୋନୀ ଫାଟକରେ ନିତି ଶହଶ୍ରାଧିକ ଲୋକଙ୍କ ଜମୁଛି ଭିଡ । ଶୁକ୍ରବାର ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ୩ଘଣ୍ଟାଣ୍ଟା ଧରି ଏଭଳି ଅଭାବନୀୟ ଦୃଶ୍ୟପଟ୍ଟ ଦେଖିବାକୁ ମଳିିଥିଲା । ଲୋକଙ୍କ ଗହଳିକୁ ଏଡେଇବା ବଦଳରେ ଫାଟକରେ କାର୍ଯ୍ୟରତ ସୂରକ୍ଷାକର୍ମୀ ଖାଲି ଦେଖେଣାହାରି ସାଜିଥିଲେ । ସରକାରଙ୍କ କୋଭିଡି କଟକଣା ଏଠି ସତେ ଯେମିତି ପ୍ରବାହଶୂନ୍ୟ । ଅମାନିଆଙ୍କ ସାଙ୍ଗକୁ ପ୍ରଶାସନିକ ଅଧିକାରୀଙ୍କ ନୀରବତା ଯୋଗୁଁ ହୁ ହୁ ଗତି ସମଗ୍ର ବ୍ଲକ୍ ଅଂଚଳରେ ପଜିଟିଭ୍ ସଂକ୍ରମିତ ଗ୍ରାଫ୍ ଉପରମୁହାଁ ହେଉଛି । ଅମାନିଆଙ୍କ ଉପରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନକରାଗଲେ ଆଗୁକୁ ସ୍ଥିିତି ଜଟିଳ ହେବା ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ସମଗ୍ର ବ୍ଲକ୍ ଅଂଚଳରେ କରୋନା ମହାମାରୀର ଦ୍ୱିତୀୟ ଲହରୀର ପ୍ରଭାବ ବେଶ୍ ପଡିଛି । ଏପରିକି ଦୈନିକ ପଜିଟିଭ୍ ପରିସଂଖ୍ୟାନ ଉଦ୍ବେଗଜନକ ରହିଛି । ଏଭଳି ଘଡିସନ୍ଧି ସମୟରେ ଦିପଶିଖା ସ୍ଥାୟୀ କଲୋନୀରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଟପିଲାଣି ତଥାପି ପଶୁନି ଚେତା । ଅନୁରୁପ ଭାବରେ ଏହି ଣ୍ଟ ପରିସରରେ ଥିବା ପ୍ରଶାସନିକ ଭବନକୁ ଅଧିକାରୀ/କର୍ମଚାରୀ ଯାଉନାହିଁନ୍ତି । କାରଣ ସେଠି କାର୍ଯ୍ୟରେ ନିୟୋଜିତ କିଛି କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଭଳି ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି ପ୍ରକଳ୍ପ କତର୍ତ୍ତୁପକ୍ଷ । ସେହିପରି ୩/୪ଦିନ ପୂର୍ବରୁ ବିଏମ୍ଡି ବିଭାଗରେ କାମକରୁଥିବା ଜଣେ ସ୍ଥାୟୀକର୍ମଚାରୀଙ୍କ ପଜିଟିଭ୍ ଚିହ୍ନଟ ହୋଇଥିଲା ।ଏହାପରେ ତାଙ୍କ ସାଥୀରେ ସଂଷ୍ପର୍ସରେ ଆସିଥିବା ଦୁଇଜଣ ଚୁକ୍ତିଭିତକ ଠିକାଶ୍ରମିକଙ୍କୁ କାମକୁ ନଆସିବା ପାଇଁ ବାରଣ କରାଯାଇଥିଲା । ସେମାନେ ମଧ୍ୟ ଏହାକୁ ମାନିଥିଲେ । କିନ୍ତୁ ପଜିଟିଭ୍ ସଂକ୍ରମିତ କର୍ମଚାରୀଙ୍କ ସାଥୀରେ କାର୍ଯ୍ୟରତ ସ୍ଥାୟୀ/ବରିଷ୍ଠ କର୍ମଚାରୀଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୋଇନଥିଲା । ଏଭଳି ପକ୍ଷପାତି ନିତିକୁ କିଛି ଠିକାଶ୍ରମିକ ମାନଙ୍କ ମଧ୍ୟରେ ମିଶ୍ରପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଭଳି ସଂକଟଜନକ ସମୟରେ ସ୍ୱତପ୍ରବୃତ ଭାବରେ ସ୍ଥାୟୀ ଓ ବରିଷ୍ଠ କର୍ମଚାରୀଙ୍କ ଏତାଦୃଶ୍ୟ କାର୍ଯ୍ୟକୁନେଇ ସବୁଠି ଚର୍ଚ୍ଚା ହୋଇଥିଲା । ଗତକାଲି କଣିହାଁ ବ୍ଲକ୍ ରେ ୭୨ନୂଆଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଭଳି ହେଲେ ଗୋଷ୍ଠି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାନେଇ ଏଡାଯାଇନପାରେ । ଏଠି ସରକାରଙ୍କ କୋଭିଡି ପ୍ରୋଟକଲ୍ କରୁନି କାମ । ସ୍ଥାନୀୟ ପ୍ରଶାସନ ସବୁଜାଣି ଥିଲେ ମଧ୍ୟ ଜାତୀୟ ପ୍ରକଳ୍ପ ହୋଇଥିବା ଯୋଗୁଁ ସାହାସ ଜୁଟାଇ ପାରୁନାହିଁ । ଫଳରେ ଏଠି ସରକାରଙ୍କ କୋଭିଡି ପ୍ରୋଟକଲ୍ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ନଦେଲେ ସମଗ୍ର ବ୍ଲକ୍ରେ ସଂକ୍ରମଣସ୍ଥିତି ଅଣଆୟତ ଆଡକୁ ଗତିକରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଏଣୁ ଏଥିପ୍ରତି ଜିଲ୍ଲାପାଳ ଓ ଏସ୍ପି ସ୍ୱତନ୍ତ୍ର ଘଟଣାର ଅନୁଧ୍ୟାନ ପୂର୍ବକ ପଦକ୍ଷେପ ନେବାକୁ ଦାବୀ ହୋଇଛି ।