(ରିପୋର୍ଟସ ଟୁଡ଼େ): ସାବରି ମାଳ ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ସୁପ୍ରିମ୍ କୋର୍ଟଙ୍କ ରାୟ ଆସିବାରେ ବିରୋଧର ସ୍ୱର ତିବ୍ର ହେବାରେ ଲାଗିଛି । ରାୟ ଆସିବ ପରେ ମଧ୍ୟ ନିଦ୍ଧଷ୍ଟ ବୟସର ମହିଳାଙ୍କୁ ମନ୍ଦିରରେ ପ୍ରବେଶ କରାଇ ଦେଇ ନଥିଲେ ବିକ୍ଷୋଭ କାରି । ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ଯୋର ଧରିଛି । କେରଳର ଐତିହାସିକ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ହୋଇଥିବା ବିବାଦ ପାଇଁ କେରଳ ସରକାର ଦାୟୀ ବୋଲି ଅଭିଯୋଗ କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। କନ୍ନୁରରେ ଆୟୋଜିତ ଭାଜପା ପାର୍ଟି ଅଫିସ୍ ଉଦ୍ଘାଟନ ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶାହ। ସାବରିମାଳା ମନ୍ଦିରରେ ସବୁ ବର୍ଗର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ପ୍ରଶ୍ନ ଉଠାଇ ଶାହ କହିଛନ୍ତି, ସରକାର ଓ କୋର୍ଟ ଏଭଳି କିଛି ନିଷ୍ପତ୍ତି ନେବା ଉଚିତ ନୁହେଁ, ଯାହା ପାଳନ କରାଯାଇ ପାରୁ ନ ଥିବ। ଏହାସହ ଲୋକଙ୍କ ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରୁ ନ ଥିବ। ରାଜ୍ୟର ବାମ ସରକାର ଧାର୍ମିକ ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ସରକାରଙ୍କ ଏହି ଚିନ୍ତାଧାରାକୁ ଭାଜପା ସଫଳ ହେବାକୁ ଦେବ ନାହିଁ। ଆୟପ୍ପା ଭକ୍ତଙ୍କ ସହ ଭାଜପା ରହିଛି ବୋଲି ଶାହ କହିଛନ୍ତି। ସୂଚନାଯୋଗ୍ୟ, ଆୟପ୍ପା ଭକ୍ତମାନେ ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ ବିରୋଧରେ ଆପତ୍ତି ଉଠାଇଛନ୍ତି।