କାଳବୈଶାଖୀ ଜନିତ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ପାଇଲେ ରାଜ୍ୟବାସୀ । କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପାଇଁ ପାଗରେ ସାମନ୍ୟ ପରିବର୍ତ୍ତନ ଆସିଛି । ସେହିପରି ରାଜଧାନୀ ଭୁବନେଶ୍ୱର ସମେତ ପୁରୀ ରେ ମଧ୍ୟ ପାଗ କୋହଲା ରହିଛି । କାଳବୈଶାଖୀ ଜନିତ ବର୍ଷା ହୋଇଥିଲେ ମଧ୍ୟ ଆଜି ଦିନ ୧୧.୩୦ ସୁଦ୍ଧା ସବୁଠାରୁ ଉତ୍ତପ୍ତ ସହା ରହିଛି ଝାରସୁଗୁଡା । ତାତି କମିଥିଲେବି ୩୮.୮ଡିଗ୍ରୀ ରହିଛି ଝାରସୁଗୁଡାର ତାପମାତ୍ରା । ସେହିପରି ସମ୍ବଲପୁରରେ ୩୭.୬ଡିଗ୍ରୀ, ହୀରାକୁଦରେ ୩୭.୪, ଚାନ୍ଦବାଲି ୩୬, ପୁରୀ ୩୩.୮, ପାରାଦୀପ ୩୩.୨, ଭୁବନେଶ୍ୱର ୩୩.୨, କେନ୍ଦୁଝର ୩୧, ବାଲେଶ୍ୱର ୩୦ ଓ ଗୋପାଳପୁରର ତାପମାତ୍ରା ୨୮.୬ ଡିଗ୍ରୀ ରହିଛି । ସାରା ରାଜ୍ୟରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖ ପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପ୍ରଭାରବରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।