ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର! ଏଣିକି ହ୍ୱାଟ୍ସ ଆପରେ ହେବ ବ୍ୟାଙ୍କ କାମ

ଏସବିଆଇ  ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ହ୍ୱାଟ୍ସ ଆପ୍  ବ୍ୟାଙ୍କିଂ ସୁବିଧା ଉପଲବ୍ଧ କରିଛି ।  ଏହାଦ୍ୱାରା ଗ୍ରାହକମାନେ ବ୍ୟାଙ୍କ ଶାଖାକୁ ନଯାଇ ମୋବାଇଲ୍‌ରୁ ଅନେକ ଜରୁରୀ ସୂଚନା ପାଇପାରିବେ। ବିଶେଷକରି ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟମେଣ୍ଟ ଓ ଋଣ ସମ୍ପର୍କିତ ତଥ୍ୟ ଜାଣିବା ସହଜ ହୋଇଛି।

ଏସବିଆଇ ହ୍ୱାଟ୍ସ ଆପ୍ ବ୍ୟାଙ୍କିଂ   ମାଧ୍ୟମରେ ଗ୍ରାହକମାନେ ନିଜ ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣିପାରିବେ। ଏହାସହ ଶେଷ ୧୦ଟି କାରବାରର ବିବରଣୀ ଓ ଅଧିକ ବିସ୍ତୃତ ଆକାଉଣ୍ଟ ଷ୍ଟେଟମେଣ୍ଟ ମଧ୍ୟ ପାଇପାରିବେ। ଗ୍ରାହକମାନେ ହୋମ୍ ଲୋନ୍, କାର୍ ଲୋନ୍, ଗୋଲ୍ଡ ଲୋନ୍ ଏବଂ ଶିକ୍ଷା ଋଣ ସମ୍ପର୍କରେ ସୂଚନା ପାଇପାରିବେ। ଏହାବ୍ୟତୀତ ଫିକ୍ସଡ୍ ଡିପୋଜିଟ୍, ରିକରିଂ ଡିପୋଜିଟ୍,  ବ୍ୟାଙ୍କିଙ୍ଗ୍ ସେବା ଓ ବ୍ୟାଙ୍କିଙ୍ଗ୍ ଫର୍ମ ସମ୍ପର୍କିତ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ପ୍ରଥମେ ଆପଣଙ୍କ ମୋବାଇଲ୍ ନମ୍ବର ଏସବିଆଇ ଆକାଉଣ୍ଟ ସହ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।