ନୂଆଦିଲ୍ଲୀ: ୮ମାସ ତଳେ ବାଜିଥିଲା ସାହାନାଇ। ହସ ଖୁସିରେ ବାପ ଘର ଛାଡ଼ି ସ୍ୱାମୀଙ୍କ ସହ ଶାଶୁ ଘରକୁ ଯାଇଥିଲେ। ହେଲେ ନୂଆ ଜୀବନ ଆରମ୍ଭ କରୁ କରୁ ମିଳିଲା ନବ ବଧୂର ସନ୍ଦେହ ଜନକ ମୃତଦେହ। ଉତ୍ତର ପ୍ରଦେଶର କୌଶମ୍ଭୀ ଅଞ୍ଚଳରେ ଘଟିଛି ଏହି ଘଟଣା।
ନବବଧୂଙ୍କ ମୃତ୍ୟୁ ପରେ ତାଙ୍କ ବାପା ଆଣିଛନ୍ତି ଯୌତୁକ ନିର୍ୟାତନା ଭଳି ସାଂଘାତିକ ଅଭିଯୋଗ। ସ୍ୱାମୀ ଓ ଶାଶୂ ଘର ଲୋକ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।
ସହ ପରିବାର ଉପସ୍ଥିତିରେ ୨୦୨୬ ମସିହା ମାର୍ଚ୍ଚ ମାସରେ ଓସା ଗାଁର ଅରବିନ୍ଦ କୁମାରଙ୍କୁ ବିବାହ କରିଥିଲେ ଆରତୀ। ବାହାଘର ବେଳେ ଆରତୀଙ୍କ ଘର ଲୋକ ଯୌତୁକରେ ନଗଦ ଟଙ୍କା, ଜମି କାଗଜପତ୍ର ଓ ଗୋଟିଏ କାର ଦେଇଥିଲେ।
ଭାବିଥିଲେ ଝିଅ ସ୍ୱାମୀଙ୍କ ସହ ହସଖୁସିରେ ସଂସାର କରିବ। କିନ୍ତୁ ବାହାଘରର କିଛି ଦିନ ପରେ ଅରବିନ୍ଦ ଓ ତାଙ୍କ ଘର ଲୋକ ଆରତୀଙ୍କୁ ଯୌତୁକ ବାବଦରେ ଆଉ ୫ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ପାଇଁ ସେମାନେ ଆରତୀଙ୍କୁ ହଇରାଣ କରିବା ସହ ମାଡ଼ ମଧ୍ୟ ମାରୁଥିଲେ ବୋଲି ବାପା ଅମ୍ରିତ ଲାଲ ଭାରତୀୟ କହିଛନ୍ତି।