ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଗତକାଲି ଇସ୍କନ ସଂସ୍ଥା ପକ୍ଷରୁ ମୁମ୍ବାଇରେ ରଥଯାତ୍ରା ପାଳିତ ହୋଇଛି। ଇସ୍କନ ସଂସ୍ଥା ପକ୍ଷରୁ ଏକ ଭବ୍ୟ ଆୟୋଜନ କରି ମହାପ୍ରଭୁଙ୍କ ରଥ ଗଡ଼ିଥିବା ବେଳେ ଏଥିରେ ଅନେକ ଭକ୍ତ ମଧ୍ୟ ସାମିଲ ହୋଇଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି ।ଏଭଳି ହେବ । ଉଚିତ ନୁହେଁ, ଏହା ଜଗନ୍ନାଥ ଙ୍କ ପ୍ରତି ଅପମାନ । ଏଥିପାଇଁ ସ୍ୱତନ୍ତ୍ର ଆଇନ ଆସିବା ଆବଶ୍ୟକ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ଏପରି ଘଟଣା ଗ୍ରହଣୀୟ ନୁହେଁ । ଏ ବାବଦରେ ମନ୍ଦିର ପ୍ରଶାସନର ପରାମର୍ଶ ଦେବା ପରେ ସରକାର ପଦକ୍ଷେପ ନେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି ।