ରାଜ୍ୟରେ ପୁଣି ବର୍ଷା , ୨୦ ଜିଲ୍ଲା କୁ ୟେଲୋ ଆଲର୍ଟ

ରାଜ୍ୟକୁ ପୁଣି ଫେରିଲା ବର୍ଷା

୨୨ ତାରିଖ ପର୍ଯ୍ୟନ୍ତ ଛେଚିବ ବର୍ଷା

୨୦ ଜିଲ୍ଲା କୁ ୟେଲୋ ଆଲର୍ଟ ଜାରି

ରାଜ୍ୟରେ ବର୍ଷା କମିଛି ଗରମ ଗୁଳୁଗୁଳି ବଢିଛି । ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ଥିତି ବହୁତ ଖରାପ ରହିଛି  । କେତେବେଳେ ଭୀଷଣ ଖରାହେଉଛି  ତ ଆଉ କେତେବେଳେ ନିର୍ଧୁମ ବର୍ଷା ଛେଚି ଦଉଚି।  ତେବେ  ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବର୍ଷାରୁମୁକ୍ତି ମିଳିବନି । 22 ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର  । ତେବେ ସୂଚନା  ମୁତାବକ ଏବେ ଏକ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଖାପାଖି ଅଞ୍ଚଳରେ ସକ୍ରିୟ ଅଛି  । ଏହା ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ ।  ଆଜି ଏବଂ ଆସନ୍ତାକାଲି ଅଧିକରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ଏବଂ 20ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିକରିଛି  ପାଣିପାଗ କେନ୍ଦ୍ର ।  18 ତାରିଖ ପାଇଁ  ଉତ୍ତର ଓଡିଶାର ମୟୁରଭଞ୍ଜ ,କେନ୍ଦୁଝର, ବାଲେଶ୍ୱର ଜିଲ୍ଲା ଗୁଡିକୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ଏବଂ 19 ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ 21 ଓ 22 ତାରିଖରେ କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି ହୋଇଛି । ଜୁନ ଓ ଅଗଷ୍ଟରେ ପ୍ରବଳ ବର୍ଷା ପରେ ବର୍ତ୍ତମାନ ସେପ୍ଟେମ୍ୱରରେ ବର୍ଷାର ପରିମାଣ ସାମାନ୍ୟ କମିଛି । ରିପୋର୍ଟ ମୁତାବକ, ଜୁନ୍ ୧ରୁ ଆଜି ଯାଏଁ ରାଜ୍ୟରେ ମୋଟ୍  ୧୨୬୯.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ୱାଭାବିକ ବର୍ଷାଠାରୁ ୨୧ ପ୍ରତିଶତ ଅଧିକ ।