ସାମ୍ବାଦିକ ନିଧି ରାଜଦାନଙ୍କୁ ବିବାହ କଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

 ଦ୍ୱିତୀୟ ବିବାହ କରିଛନ୍ତି ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ସାମ୍ବାଦିକ ନିଧି ରାଜଦାନଙ୍କୁ ସେ ବିବାହ କରିଥିବା ସୋଶାଲ ମିଡିଆ ଜରିଆରେ ଅବଗତ କରିଛନ୍ତି। ଇନଷ୍ଟାଗ୍ରାମରେ ନିଧିଙ୍କ ସହ ଏକାଧିକ ଫଟୋ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଓମାର ଲେଖିଛନ୍ତି, “ଶୁକ୍ରବାର ଗୋଟିଏ ନୂଆ ଯାତ୍ରା ଆରମ୍ଭ ହୋଇଛି।” ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ନିଜ ବାହାଘର ଖବର ଜଣାଇବା ପରେ ଏହାର ଫଟୋ ଗୁଡ଼ିକ ସୋଶାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

୩ ମାସ ତଳେ ଓମାର ଅବଦୁଲ୍ଲାଙ୍କ ଛାଡ଼ପତ୍ର ଆବେଦନ ଉପରେ ମୋହର ମାରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓମାର ଓ ପତ୍ନୀ ପାୟଲ ଅବଦୁଲ୍ଲା ଅଲଗା ହୋଇଯାଇଥିଲେ। ୧୯୯୪ରେ ପାୟଲ ଓ ଓମାରଙ୍କ ମଧ୍ୟରେ ବିବାହ ହୋଇଥିଲା। ସେମାନଙ୍କର ଦୁଇ ଜଣ ପୁଅ ଜହିର ଓ ଜମିର ନାମକ ଦୁଇ ଜଣ ପୁଅ ରହିଛନ୍ତି।

ତେବେ ବାହାଘରର ଦୀର୍ଘ ବର୍ଷ ପରେ ହଠାତ୍‌ ୨୦୦୯ରୁ ସ୍ୱାମୀ-ସ୍ତ୍ରୀ ଅଲଗା ଅଲଗା ରହିବା ଆରମ୍ଭ କରିଥିଲେ। ଏପରି କି ଓମାର ୨୦୧୬ରେ ପାୟଲଙ୍କୁ ଠାରୁ ଛାଡ଼ପତ୍ର ନେବାକୁ ଆବେଦନ କରିଥିଲେ। ୨୦୨୬ରେ ସୁପ୍ରିମକୋର୍ଟ ଏହି ଛାଡ଼ପତ୍ର ଉପରେ ମୋହର ମାରିଥିଲେ। ପାୟଲଙ୍କ ଠାରୁ ଛାଡ଼ପତ୍ର ହାସଲ କରିବା ପରେ ଓମାର ଏବେ ସାମ୍ବାଦିକ ନିଧିଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି। ନିଧିଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ। ଏକଦା ଏନଡି ଟିଭି ପାଇଁ କାମ କରିଥିବା ନିଧି ଦିଲ୍ଲୀର ଜଣେ ସାମ୍ବାଦିକଙ୍କୁ ବିବାହ କରିଥିଲେ। ୨୦୦୫ରୁ ୨୦୦୭ ଯାଏ ଉଭୟ ଏକାଠି ରହିବା ପରେ ଅଲଗା ହୋଇଯାଇଥିଲେ।