ନିଜ ଖୁସି ପାଇଁ ସୈତାନ ସାଜିଲା ମା’। ଅନ୍ତ ଚିରି ଯାହାଙ୍କୁ ଜନ୍ମ ଦେଇଥିଲା ଏବେ ପ୍ରେମ ପାଇଁ ସେମାନଙ୍କ ଜୀବନ ନେଇଗଲା। ନିଜ ହାତରେ ମା’ ଜଣକ ନିଜର ୧୩ ବର୍ଷୀୟ ଯମଜ ପୁଅଙ୍କୁ ହତ୍ୟା କରିଛି। ମା’ ପାଲଟିଲା ରାକ୍ଷସୀ । ପ୍ରେମିକ ପାଇଁ ୨ ପୁଅଙ୍କୁ କଲା ହତ୍ୟା ଏଭଳି ହତ୍ୟାକାଣ୍ଡ ଘଟିଛି ରାଜସ୍ଥାନରେ । ପୁଲିସ୍ ଅଭିଯୁକ୍ତ ମା’କୁ ଗିରଫ କରିଛି। ରାଜସ୍ଥାନର ଡୀଗ ଜିଲ୍ଲାର ଗୋଟିଏ ପରିତ୍ୟକ୍ତ ପଡ଼ିଆରୁ ପ୍ରଥମେ ମିଳିଥିଲା ଯମଜ ପୁଅଙ୍କ ମୃତଦେହ। ପୁଲିସ୍ ମୃତଦେହ ମିଳିବାର ୬ ଘଣ୍ଟା ମଧ୍ୟରେ ଯମଜ ସନ୍ତାନଙ୍କ ମା’କୁ ଗିରଫ କରିଛି।
ପୁଲିସ୍ର କହିବା କଥା ଯେ ପବିତ୍ର ଦଶହରା ବା ମଙ୍ଗଳବାର ରାତିରେ ପୂରା ଘଟଣା ଘଟିଛି। ମହିଳାଙ୍କ ସ୍ୱାମୀଙ୍କ ଦେହାନ୍ତ କିଛି ମାସ ପୂର୍ବରୁ ହୋଇଥିଲା। ଏଥିପାଇଁ ସେ ନିଜର ଯମଜ ପୁଅଙ୍କ ସହ ବାପ ଘରେ ରହୁଥିଲା। ବାପ ଘରେ ଥିବା ବେଳେ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ବ୍ୟକ୍ତି ଜଣକ ଦୁଇ ପୁଅର ମା’କୁ ନିଜ ପ୍ରେମିକା ଭାବେ ଗ୍ରହଣ କରି ନେଇଥିଲେ। ହେଲେ ମହିଳା ବାହା ହେବାକୁ କହିବାରୁ ସେ ତା’ର ଯମଜ ସନ୍ତାନଙ୍କୁ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ।ପ୍ରେମିକକୁ ପାଇବା ଆଶାରେ ମା’ ଜଣକ ଯମଜ ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ।