ଢେଙ୍କାନାଳ: ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା । ଢେଙ୍କାନାଳ ହସ୍ପିଟାଲରେ ଘଟିଛି ଘଟଣା । ହସ୍ପିଟାଲରେ ବେଡ୍ ନମିଳିବାରୁ ରୋଗୀଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ଢେଙ୍କାନାଳ ହସ୍ପିଟାଲ ଚାରି ମହଲା ଉପରୁ ରୋଗୀ ଜଣକ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଉଛନ୍ତି ଢେଙ୍କାନାଳ ପରଜଙ୍ଗ ଲୋଧଣୀ ଗାଁର ଦୁଯ୍ୟୋଧନ ନାୟକ । ଭୋର ୪ଟାରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ଦୁର୍ଯ୍ୟୋଧନ ନାୟକ କଟକରେ ଏକ ହଷ୍ଟେଲରେ ଦିନ ମଜୁରିଆ ଭାବେ କାମ କରୁଥିଲେ ।
ଗତକାଲି ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ ଗତକାଲି ରାତି ପ୍ରାୟ ୧୦ଟା ବେଳେ କଟକରୁ ତାଙ୍କର ଭଣଜାଙ୍କ ସହ ପରଜଙ୍ଗ ଗାଁକୁ ଫେରୁଥିଲେ । ଅଧା ବାଟରେ ତାଙ୍କର ଦେହ ଅଧିକ ଖରାପ ହୋଇଥିଲା । ଯାହାଫଳରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରିବାର ଲୋକ ଖବର ପାଇ ଢେଙ୍କାନାଳ ହସ୍ପିଟାଲରେ ପହଞ୍ଚିବା ବେଳକୁ ଦୁର୍ଯ୍ୟୋଧନ ମେଡିକାଲ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରି ସାରିଥିଲେ ।