ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କଲା ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ

ଭୁବନେଶ୍ୱର: ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ  ଚିନ୍ମୟ ସାହୁ ଏହି ପରିମାଣର ଏହି ଚେକ୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।

ସୂଚନା ଅନୁଯାୟୀ, ୨୦୧୮-୧୯ ବର୍ଷରେ ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ସମସ୍ତ କର ପ୍ରଦାନ କରିବା ୪,୬୭,୪୬,୯୯୬ ଟଙ୍କା ଲାଭ କରିଥିଲା। ତେଣୁ ରାଜ୍ୟ ସରକାରଙ୍କୁ ନିଗମ ୩0୦ ପ୍ରତିଶତ ଲାଭାଂଶ ବାବଦରେ ୧,୪୦,୨୭,୧୦୩ ଟଙ୍କା ପ୍ରଦାନ କରିଛି। ଭିଡିଓ କନଫରେନ୍ସ ମାଧ୍ୟମରେରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ଅଣୁ, ଖୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ସଚବ ଶ୍ରୀମତୀ ରଞ୍ଜନା ଚୋପ୍ରା ପ୍ରମୁଖ ଲୋକ ସେବା ଭବନରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଶ୍ରୀ ଭିକେ ପଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।