କାର୍‌ରେ ପ୍ରେମିକାଙ୍କ କିସ୍; ପୋଲିସ କାଟିଲା ଚାଲାଣ

ଗ୍ୱାଲିୟର ରାସ୍ତାରେ ଯାଉଥିଲା  ଏକ ଧଳା କାର୍‌।  ଏହି କାର୍‌ରେ ଚାରିପାଖେ ଥିଲା ହଜାର ହଜାର କିସ୍‌ ଚିହ୍ନ।  ଏହି କାର୍‌କୁ ଯିଏ ଦେଖୁଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଉଥିଲା। ଏହି କିସ୍‌ ଚିହ୍ନ ପାଇଁ ଅଡୁଆରେ ପଡ଼ିଥିଲା କାର୍ ମାଲିକ। ପୋଲିସ କାଟିଥିଲା ମୋଟାଅଙ୍କର ଚାଲାଣ।  ଏହି ଘଟଣା ଦେଖିବାକୁ ମିଳିଛି  ମଧ୍ୟପ୍ରଦେଶର ଗ୍ୱାଲିୟରରେ।ଆଦିତ୍ୟ ସିକାରୱାର ନାମକ ଯୁବକ ଗ୍ୱାଲିୟର ରାସ୍ତାରେ କାର୍ ନେଇ ଯାଉଥିଲେ।

କାର୍ରେ ରହିଥିଲା ୩,୪୦୦ ଲିପଷ୍ଟିକ କିସ୍ର ଚିହ୍ନ।ରାସ୍ତାରେ କିସ୍ ଥିବା କାର ଦେଖି ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ। ପୂରା କାର୍ ସାରା ନାଲି ରଙ୍ଗର କିସ୍ ଭଳି ଚିହ୍ନ ରହିଥିବାରୁ ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ଲୋକମାନେ ମଧ୍ୟ ଏହାର ପଛର କାରଣ ଜାଣିବାକୁ ବେଶ ଆଗ୍ରହ ଦେଖାଇଥିଲେ।  ଖୋଳତାଡ଼ କରାଯିବାରୁ ଭାଇରାଲ କିସ୍ କାର୍ ପଛର ସତ ସାମ୍ନାକୁ ଆସିଥିଲା।ବାସ୍ତବରେ ଏହି କିସ୍ କାର୍ ପଛରେ ଅଛନ୍ତି ଆଦିତ୍ୟଙ୍କ ପ୍ରେମିକା। ସେ ଗୋଟିଏ ବିଦେଶୀ ସୋଶାଲ ମିଡିଆ ଟ୍ରେଣ୍ଡ ଦେଖି ବେଶ ପ୍ରଭାବିତ ହୋଇଥିଲେ।

ଏହାପରେ ସମାନ ଟ୍ରେଣ୍ଡର ରିକ୍ରିଏଟ ସେ ନିଜ ପ୍ରେମିକ ଆଦିତ୍ୟଙ୍କ କାର୍ରେ କରିଛନ୍ତି।ସେ ଲିପଷ୍ଟିକ କିସ୍ର ପ୍ରିଣ୍ଟ ବାହାର କରିଥିଲେ। ଏହାପରେ ୪ ଘଣ୍ଟାର ପରିଶ୍ରମ କରି କାର୍ ସାରା ଲଗାଇଥିଲେ।ହେଲେ ଏହା ଥିଲା ଟ୍ରାଫିକ ନିୟମର ଉଲ୍ଲଙ୍ଘନ। ପୁଲିସ୍ ତୁରନ୍ତ ଭିଡିଓ ଓ ଫଟୋରୁ ଗାଡ଼ି ନମ୍ବର ନୋଟ କରିଥିଲା। ଏହାପରେ କାରକୁ ଠାବ କରି ଏହାକୁ ଜବତ କରିଥିଲା। ପୁଲିସ୍ କାର ମାଲିକ ଆଦିତ୍ୟଙ୍କୁ ଥାନାକୁ ଡାକି ଜେରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ନାଁରେ ପୁଲିସ୍ ୫,୫୦୦ ଟଙ୍କାର ଚାଲାଣ କାଟିଛି।