ଏଣିକି କରୋନା ମୃତକଙ୍କ ଦାହ ସଂସ୍କାର ପଟିଆରେ ହେବ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ମୃତକଙ୍କ ସଂସ୍କାରରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ବିଏମସି ପଟିଆ ଶ୍ମଶାନରେ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଇ ମେ ୨୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବକୁ ନିଷ୍ପତ୍ତି ହୋଇଛି । ଏହି ପଟିଆ ଶ୍ମଶାନରେ କେବଳ ମୃତ ଓ ସନ୍ଦିଗ୍ଧ କୋଭିଡ ରୋଗୀଙ୍କର ଏଲପିଜି ଚୁଲାରେ ସଂସ୍କାର କରାଯିବ ।
ବିଏମସି କମିଶନର ଭାବେ ସଂଜୟ ସିଂହ ଦାୟିତ୍ୱ ନେବା ପରେ ଏହି ନିଷ୍ପତ୍ତି ହୋଇଛି । କାରଣ ବର୍ତ୍ତମାନ ସତ୍ୟନଗର ଶ୍ମଶାନରେ ଦୈନିକ ବହୁ ସଂଖ୍ୟାରେ ଶବ ସଂସ୍କାରକୁ ନେଇ ଭିଡ ହେୁଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇ ଆସୁଛି । ତେଣୁ ପଟିଆରେ କୋଭିଡ ରୋଗୀଙ୍କ ଶବଦାହ ପାଇଁ ପ୍ରସ୍ତୁତି ଚାଲିଛି । ବିଏମସି କମିଶନର ପଟିଆ ଶ୍ମଶାନ ଯାଇ ସେଠାରେ ଭିତ୍ତିଭୂମି ତଦାରଖ କରିଛନ୍ତି ।