ଆଇପିଏଲ କଥା ଆସିଲେ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଭରିଯାଏ ନିଜ ନିଜର ପ୍ରି୍ରୟ ଖେଳାଳିଙ୍କୁ ଖେଳିବାରେ ଦେଖିବାକୁ ପାଇବେ । ଏନେଇ ଆଇପିଏଲ ୨୦୨୭ ପାଇଁ ବର୍ତ୍ତମନରୁ କ୍ରିକେଟ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚେନ୍ନାଇ ସୁପର କିଙ୍ଗର ପୂବର୍ତନ ଅଧିଆୟକ ତଥା କ୍ୟାପଟେନ କୁଲ ଏମ ଏସ ଧୋନିଙ୍କ ଉପସ୍ଥିତଙ୍କୁ ନେଇ କଳ୍ପନା ଜପନା ଆରମ୍ଭ ହୋଇଛିି । ନିକଟରେ ତାଙ୍କର ସାଥୀ ଖେଳାଳୀ ଧୋନିଙ୍କ ଆଗାମୀ ସିଜିନରେ ଖେଳିବାକୁ ନେଇ ଏକ ବଡ ଦାବି କରିଛନି । ଯାହା ଏବେ ଧୋନତଙ୍କ ଫ୍ୟାନ୍ସଙ୍କ ପାଇଁ ନୂଆ ଉତ୍ସାହ ସସୃଷ୍ଟି କରିଛି । କିନ୍ତୁ ଇମ୍ପାକ୍ଟ ଖେଳାଳୀ ଭାବରେ ସେ ଖେଳିବାକୁ ଚାହୁଁ ନାହାନ୍ତିଁ ।ଏ ନେଇ ଖୁଲାସା କରିଛନ୍ତି ପୂର୍ବତନ ଖେଳାଳୀ ଏସ ବଦ୍ରିନାଥ । ଧୋନି ବ୍ୟକ୍ତି ଗତ ଭାବେ ତାଙ୍କୁ ଜାଣାଇଛନ୍ତି ସେ ନିଜକୁ ଏକ ପୂର୍ଣ୍ଣକାଳୀନ ୱିକେଟ୍ କିପର ଭାବରେ ଦେଖନ୍ତି ଏବଂ ଏହାର ଅର୍ଥ ହେଉଛି ତାଙ୍କୁ ପୂରା ୨୦ ଓଭର ପଡ଼ିଆରେ ରହିବାକୁ ପଡିବ। ଏହି କାରଣରୁ ସେ କେବଳ କିଛି ଓଭର ବ୍ୟାଟିଂ କରିବା ପାଇଁ ଇମ୍ପାକ୍ଟ ପ୍ଲେୟାର ଭାବେ ମୈଦାନକୁ ଆସିବାକୁ ପସନ୍ଦ କରିବେ ନାହିଁ।
ଧୋନିଙ୍କ ଫିଟନେସ୍ ଏବଂ ତାଙ୍କ ଖେଳିବାର ଆଗ୍ରହକୁ ନେଇ ସିଏସକେ କ୍ୟାମ୍ପ୍ ଓ ଅନ୍ୟ ସାଥୀ ଖେଳାଳିମାନେ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ଗତ ସିଜିନରେ ଆହତ ସମସ୍ୟା ଦେଇ ଗତି କରିଥିଲେ ସୁଦ୍ଧା ଧୋନି ନିଜର ଦୃଢ଼ ଇଚ୍ଛାଶକ୍ତି ବଜାୟ ରଖିଛନ୍ତି। ଯଦିଓ ମାହି ଆନୁଷ୍ଠାନିକ ଭାବେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରିନାହାଁନ୍ତି, ତଥାପି ଏହି ସୂଚନା ସ୍ପଷ୍ଟ କରୁଛି ଯେ ଯଦି ସେ ସମ୍ପୂର୍ଣ୍ଣ ଫିଟ୍ ରୁହନ୍ତି, ତେବେ ତାଙ୍କୁ ଆଗାମୀ ଆଇପିଏଲରେ ପୁଣିଥରେ ଚେନ୍ନାଇ ସୁପର କିଙ୍ଗ୍ସର ୟେଲୋ ଜର୍ସିରେ ଦେଖିବାକୁ ମିଳିପାରେ।