ବେଗୁନିଆପଡା ବ୍ଲକରେ କରୋନା ମୁକାବିଲାର ସମୀକ୍ଷା କଲେ ବିଧାୟିକା
କରୋନାର ଦ୍ଵିତୀୟ ଲହରୀର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛି ବେଗୁନିଆପଡା ବ୍ଲକ ପ୍ରଶାସନ | ଏଥିପାଈଁ ଆ
(ଗଂଜାମ / ହର ପ୍ରସାଦ ବିଷୋୟୀ) : କରୋନାର ଦ୍ଵିତୀୟ ଲହରୀର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛି ବେଗୁନିଆପଡା ବ୍ଲକ ପ୍ରଶାସନ | ଏଥିପାଈଁ ଆଜି କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ବେଗୁନିଆପଡା ବ୍ଲକ ଗସ୍ତ କରି କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରିଥିଲେ। ତେବେ ବର୍ତ୍ତମାନ ସମୟରେ ଅନ୍ୟ ରାଜ୍ୟରୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ ସେମାନଙ୍କୁ ଗୃହ ସଙ୍ଗରୋଧରେ ରଖିବା ପାଇଁ ପ୍ରସ୍ତୁତି କରିବା ପାଇଁ କହିଥିଲେ ବିଧାୟିକା | ବ୍ଲକରେ ଚାଲିଥିବା ଟୀକାକରଣର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ | ପ୍ରଥମ ଡୋଜ ଟୀକାକରଣକୁ ବ୍ଲକରେ ସମ୍ପୂର୍ଣ୍ଣ ରୂପେ କରିବା ପାଇଁ ପରାମର୍ଶ ଦେଇଥିଲେ | ମେଡ଼ିସିନ ଷ୍ଟୋର ଓ ଗ୍ରାମାଞ୍ଚଳରେ ଥିବା ବେଆଇନ କ୍ଲିନିକ ଉପରେ ଚଢ଼ାଉ କରି ପଦକ୍ଷେପ ନେବା ପାଇଁ ତହସିଲଦାରଙ୍କୁ କହିଥିଲେ ବିଧାୟିକା |
ସେପଟେ ସମସ୍ତ ସରପଞ୍ଚ ଓ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ whats ଆପ୍ପ ଗୃପ କରି ସମସ୍ତ ସୁବିଧା ଓ ଅସୁବିଧା ବିଷୟରେ ଅବଗତ ପାଇଁ ତହସିଲଦାରଙ୍କୁ କହିଥିଲେ | ବେଗୁନିଆପଡା ବଜାର ଜନଗହଳି ରୋକିବା ପାଇଁ ପଦକ୍ଷେପ ନେବା ପାଇଁ କହିଥିଲେ ବିଧାୟିକା |ଏହିସମୟରେ ବିଡିଓ ବେଦବର ପ୍ରଧାନ, ତହସିଲଦାର ଅବନୀ କାନ୍ତ ସାହୁ, କୋଦଳା ଆଇଆଇସି ଦେବାଶିଷ ମହାନ୍ତି,କୋଦଳା ସ୍ୱାସ୍ଥ୍ୟ ଅଧିକାରୀ ସୁଜିତ କୁମାର ବେହେରା, ବିଇଓ କମଳ କାନ୍ତ ସାହୁ,ସିଡ଼ିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ,ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ,ବିଜୁ ଶ୍ରମିକ ସାମୁଖ୍ୟର ଉପସଭାପତି ବିଜୟ କୁମାର ନାୟକ,ବିଭିନ୍ନ ପଞ୍ଚାୟତର ସରପଞ୍ଚ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।