ପୁଣି ସୁନ୍ଦରଗଡ଼ରେ ଲଜ୍ୟା । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ବନଡେଗା ଫଣ୍ଡି ଅଂଚଳରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାରେ ପୋଲିସ ୬ ଜଣ ଯୁବକକୁ ଅଟକ ରଖି ପଚରା ଉଚୁରା କରୁଛି । ଛତିଶଗଡ ତପକରା ଅଂଚଳରୁ ପୀଡ଼ିତା ନାବାଳିକା ସପରିବାର ନିଜ ମାମୁଁଙ୍କ ବାହାଘରକୁ ଆସିଥିଲେ । ଶନିବାର ରାତିରେ ନାବାଳିକା ଜଣକ ଘର ପଛ ପଟକୁ ଶୌଚ କରିବାକୁ ଯାଇଥିବା ବେଳେ ୮ ଜଣ ଯୁବକ ତାଙ୍କୁ ଯୋରଜବରଦସ୍ତ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ । ପରେ ନାବାଳିକାକୁ ଛାଡି ଯୁବକ ମାନେ ସେଠାରୁ ପଳାଇବା ପରେ ନାବାଳିକା ଜଣକ ଘରକୁ ଆସି ସମସ୍ତ ବିଷୟ ଜଣାଇବା ପରେ ପରିବାର ଲୋକେ ତଲସରା ଥାନାରେ ଏକ ମାମଲା ରୁଜୁ କରାଇ ଥିଲେ । ଅଭିଯୋଗ ଅଧାରେ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ, ଘଟଣାରେ ୬ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ଜଣାପଡିଛି ।